STORYMIRROR

Pritipriya Mohanty

Children

2  

Pritipriya Mohanty

Children

ବାଘମାମୁଁ

ବାଘମାମୁଁ

1 min
5.2K




ବାଘ ଆମ ଦେଶ ଜାତୀୟ ପଶୁ

ବନ୍ୟଜନ୍ତୁ ଅଟେ ସିଏ,

ଚେହେରାଟି ତା'ର ବିରାଡି ପରିକା

ଦାଗି ଦାଗି ହୋଇଥାଏ।


ସବୁ ପଶୁ ମଧ୍ୟେ ବଳୁଆ ବୋଲି ସେ

ଅଟେ ଜଙ୍ଗଲର ରଜା,

ପିଲାଙ୍କ କାହାଣୀ ବାଘମାମୁ ସିଏ

କହୁଥିଲେ ମୋର ଅଜା।


ମୟୂରଭଞ୍ଜର ଶିମିଳିପାଳରେ

ବାଘର ଅଭୟ୍ଯାରଣ୍ୟ,

ବାଘର ସଂଖ୍ୟା ଯେ କମି କମି ଏବେ

ହୋଇଗଲାଣି ନଗଣ୍ୟ।


ଖାଦ୍ୟାଭାବ ପୁଣି ଜଙ୍ଗଲ ନଷ୍ଟ କୁ

କେବେ ରୋଗ ଆକ୍ରମଣ,

ବିଭିନ୍ନ ସମସ୍ୟା ଦାୟୀ ହୋଇଥାଏ

ବ୍ୟାଘ୍ର ହ୍ରାସର କାରଣ।


ଅତି ଦରକାରୀ ଛାଲ,ନଖ ବୋଲି

ଶିକାର ସେ ହେଉଥାଇ,

ଏମିତିକା ଯଦି ଲାଗିରହିଥିବ

ବାଘ ଯିବ ଲୋପ ପାଇ।


ତା'ସୁରକ୍ଷା ପାଇଁ ସଚେତନ ହେବା

ଶିକାର କରିବା ନାହିଁ,

ଜାତୀୟ ସମ୍ପତ୍ତି ଅଟେ ସେ ଦେଶର

ତା'ର ପରି କେହି ନାହିଁ।


ପ୍ରତିବରଷର ଜୁଲାଇ ମାସରେ

ଅଣତିରିଶି ତାରିଖ,

ବ୍ୟାଘ୍ର ଦିବସ ଯେ ହୁଅଇ ପାଳନ

ଏ କଥାକୁ ମନେ ରଖ।


କଡାକଡି ହେଉ ନୀତିନିୟମକୁ

ଜାତୀୟ ସମ୍ପତ୍ତି ପାଇଁ,

ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯାଏ ଯଦି

ଆଉ ସେ ମିଳିବ ନାହିଁ।


ଭବିଷ୍ୟତ ତାକୁ ନ ଦେଖୁ କେବଳ

ଚିତ୍ର ଅବା କାହାଣୀରେ,

ବାଘମାମୁଙ୍କର ସୁରକ୍ଷା ଦାୟିତ୍ୱ

ଆମ ସଭିଙ୍କ ହାତରେ।

******


ପ୍ରୀତିପ୍ରିୟା ମହାନ୍ତି

ମୟୂରଝାଲିଆ,ରଣପୁର

ନୟାଗଡ଼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children