STORYMIRROR

Sunanda Mohanty

Abstract Inspirational Children

4  

Sunanda Mohanty

Abstract Inspirational Children

ଶୁଭ ଦୀପାବଳୀ

ଶୁଭ ଦୀପାବଳୀ

1 min
877

ଶୁଭ ଦୀପାବଳୀ ଜାଳି, 

ବନ୍ଦେଇବା ମହାକାଳୀ 

ଅମାବାସ୍ୟା ତିଥିରେ 

ସର୍ବେ ହୋଇ ଏକମେଳ

କାଉଁରିଆକାଠି ଜାଳ 

ଆସିବେ ପିତୃପୁରୁଷ 

ଆଶିଷ ଦେବାକୁ ଢାଳି 

ସର୍ବେ ହେବା କୋଳାକୋଳି 

ଶୁଭ ଦୀପାବଳିରେ ।


ଆଲୋକର ପର୍ବ 

ଏହି ସ୍ୱାର୍ଥ ଛଳନା ନାହିଁ 

ଶୁଭ ଦୀପାବଳୀ ନେଇ 

ଆସିଛି ବରଷକେ ଥରେ ହରଷେ 

ଦୀପ ଦେବା ଜଳାଇ

ଅମା ଅନ୍ଧାର ଯାଉ ଦୁରେଇ 

ପୂର୍ବସୂରୀ ଅନୁସରି କର୍ତ୍ତବ୍ୟ କର୍ମ କରି 

ଆଗୁଁସାର ଯିବାରେ ହୋଇ ।


ଶୁଭ ଦୀପାବଳୀ ବାର୍ତ୍ତା 

ପିତୃପୁରୁଷପଦେ ନୁଆଁଇ ମଥା, 

କହିବା ସଭିଙ୍କୁ ମିଠା କଥା 

ପରପିଢ଼ି ପାଇଁ ରଖିଯିବା ବାର୍ତ୍ତା 

ଶୁଭ ଦୀପାଳିରେ ଶୁଭ ସତ୍ୟତା 

ଆଣିଦେଉ ପରିପକ୍ଵତା

ମାଆ କାଳୀଜଗତଜିତା, 

ପ୍ରଣିପାତ ଘେନ ମାତା 

ଶୁଭ ଦୀପାବଳୀରେ ଶୁଭ ସଭ୍ୟତା ।


ଏହି ଦିନ ହୋଇ ହରଷ 

ବିତୁଥାଉ ବରଷ ବରଷ, 

ମନରେ ଆସୁ ବିଶ୍ୱାସ 

ନଆସୁ ଜୀବନେ ଅଣଚାଷ 

ଅବା ବାଆ ବତାସ 

ସଂତ୍ରାସ ମହାକାଳୀ କର ମହୀ ଉଶ୍ୱାସ 

ନେବାକୁ ପିୟୁଷ ନିଶ୍ୱାସ 

ଶୁଭ ଦୀପାବଳୀ ଦେଉ ଶୁଭ ଆଶିଷ 

ଆଲୋକରେ ଦୁରେଇ ଯାଉ ଭୟ ଓ ତ୍ରାସ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract