Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amarnath Barick

Children

4  

Amarnath Barick

Children

ଆମେ

ଆମେ

1 min
319


କହିବାଟି ସତ ନକହିବା ମିଛ

ସବୁଥିରେ ଆଗ ନହୋଇବା ପଛ

ହେବା ଦୟାଶୀଳ ନହେବା ନିର୍ଦୟ

ଖୋଜିବା ଉପାୟ ହେଲେ ନିରୁପାୟ ।


କରିବାନି ପାପ ପୁଣ୍ୟେ ଥାଉ ମନ

ନହୋଇ କୁଣ୍ଠିତ କରୁଥିବା ଦାନ

ପଢାରେ ଆଗ୍ରହ ହୋଇବା ପାଠୁଆ

ଦେଖାଇବା ଫୁର୍ତ୍ତି ନୁହେଁ ଅଳସୁଆ ।


ହୋଇବା କର୍ମଠ କୋଢ଼ି ନହୋଇବା

ନୁହେଁ ଅପକାରୀ ଉପକାରୀ ହେବା

ହେଲେ ବୁଝାମଣା ଆସିବନି ଦ୍ଵନ୍ଦ

ହୋଇଯିବା ଭଲ ଛାଡିଦେଲେ ମନ୍ଦ ।


ରଖିବା ବିଶ୍ୱାସ ନୁହେଁ ଅବିଶ୍ୱାସ

କରିବା ବିକାଶ ନୁହେଁ ଅବକାଶ

ନହୋଇବା ଖଳ ହୋଇବା ଉତ୍ତମ

କରିବାରେ କର୍ମ ନୁହଁଇ କୁକର୍ମ ।


ଯିବାରେ ବାଟରେ ନୁହେଁ ଅବାଟରେ

ଥିବାରେ ସତ୍ୟରେ ନୁହେଁ ଅସତ୍ୟରେ

ହୋଇବାରେ ନମ୍ର ନକରି ଦୃଷ୍ଟାମି

ବ୍ୟବହାର ଆମ ଶିଷ୍ଟ ଓ ଭଦ୍ରାମି ।


ହେବାଟି ଚଞ୍ଚଳ ନହୋଇବା ଧିର

ସଭିଏଁ ଆପଣା ନୁହେଁ କେହି ପର

ତ୍ୟାଗିଲେ ନିର୍ଗୁଣ ହେବା ଗୁଣବାନ

କରିଲେ ବ୍ୟାୟାମ ଭଲ ରହେ ମନ ।


Rate this content
Log in

Similar oriya poem from Children