STORYMIRROR

Pritipriya Mohanty

Inspirational

3  

Pritipriya Mohanty

Inspirational

ମୁଁ ଦିବ୍ୟାଙ୍ଗ କହୁଛି...

ମୁଁ ଦିବ୍ୟାଙ୍ଗ କହୁଛି...

1 min
6.4K



ନୁହେଁ ଅସମର୍ଥ ଅଟେ ଏହା ସତ

ପାରିବି ସକଳ କାମ,

ଆକାଶକୁ ଚିରି ଲଙ୍ଘିପାରେ ଗିରି

ରଖିବି ଦେଶର ନାମ।


ସେନେହ ମମତା ମୋ ପାଇଁ କି ଛତା

ଖରା ବରଷାରେ ସାହା,

ତାଆରି ବଳରେ ଲାଗିବି କୂଳରେ

ଜୀବନେ ସେ ମୋର ରାହା।


ସୁବିଧା ସୁଯୋଗ ଦେଇ ଥରେ ଦେଖ

ଦିଅ ମୋତେ ଅଧିକାର,

ଇତିହାସ ପୃଷ୍ଠେ ଆଙ୍କିପାରେ ମୁଁ ଯେ

ସ୍ୱର୍ଣ୍ଣିମ ଅକ୍ଷରେ ଗାର।


ଭୀମ ଭୋଇ ଅବା ହେଉ ସେ ହେଲେନ

ହେଉ ବା ଇରା ସିଂହଲ,

ପାରିବା ପଣରେ ଉଡାଇ ଥିଲେ ସେ

ସ୍ୱବିଜୟର ଇଗଲ।


ତାଙ୍କରି ଦାୟାଦ ନୁହେଁ ମୁଁ ଅକ୍ଷମ

ସବୁଥିରେ ପାରଙ୍ଗମ,

ଭିନ୍ନକ୍ଷମତାର ଅଧିକାରୀ ବୋଲି

ବୋଲାଏ ମୁଁ ଭିନ୍ନକ୍ଷମ।


ଦିଅ ମତେ ଶିକ୍ଷା ହଟାଇ ଅଶିକ୍ଷା

ଜ୍ଞାନରେ ହେବି ଶାଣିତ,

ଦିବ୍ୟାଙ୍ଗର ଦାଗ ଲିଭିବ ଦେହରୁ

ମନ ହେବ ପୁଲ୍ଲକିତ।


ପ୍ରୀତିପ୍ରିୟା ମହାନ୍ତି

ଶିକ୍ଷୟିତ୍ରୀ

ମୟୂରଝାଲିଆ,ରଣପୁର

ନୟାଗଡ଼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational