STORYMIRROR

Pritipriya Mohanty

Others

3  

Pritipriya Mohanty

Others

ବହି:ପ୍ରକୃତ ବନ୍ଧୁ

ବହି:ପ୍ରକୃତ ବନ୍ଧୁ

1 min
528


ବହି:ପ୍ରକୃତ ବନ୍ଧୁ


ବହିଟି ମୋର ଅତି ନିଜର

ତା' ପରି ନାହିଁ କେହି,

ଦେଶ ବିଦେଶ ଖବର ଯେତେ

ଦିଏ ଜଣାଇ ସେହି।


ରଙ୍ଗବେରଙ୍ଗ ଚେହେରା ତାର

କିଣି ନିଅଇ ମନ,

ପଢି ତାହାକୁ ହେବା ଶିକ୍ଷିତ

ବଢାଇବା ସମ୍ମାନ।



ବିଦ୍ୟା ବୁଦ୍ଧିର ଭଣ୍ଡାର ସିଏ

ସାଇତି ରଖେ ଜ୍ଞାନ,

କରିଲେ ବଶ ବଢିବ ଯଶ

ବୋଲାଇବା ବିଦ୍ୱାନ।


ଦିଗହରା ର ସାହାର ହୋଇ

ଦେଖାଏ ନୂଆ ଦିଶା,

ପୂରା କରଇ ମସ୍ତିଷ୍କ କ୍ଷୁଧା

ମେଣ୍ଟାଏ ସେ ଜିଜ୍ଞାସା।



ବୁଝିବ ତା'ର ମହତ୍ତ ଗୁଣ

ଦେଖ ତ' ଆପଣାଇ,

ସୁଖ ଦଃଖରେ ହେବ ନିଜର

ପ୍ରକୃତ ବନ୍ଧୁ ହୋଇ।


ପ୍ରୀତିପ୍ରିୟା ମହାନ୍ତି

ଶିକ୍ଷୟିତ୍ରୀ

ମୟୂରଝାଲିଆ,ରଣପୁର

ନୟାଗଡ଼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍