STORYMIRROR

Pritipriya Mohanty

Children

3  

Pritipriya Mohanty

Children

ଏକ ମିଶିଲେ.....

ଏକ ମିଶିଲେ.....

1 min
4.7K


ଏକ ମିଶିଲେ......



ଏକ ଆଉ ଶୂନ ମିଶିଲେ ଏକ,

ଦୟା ହେବା ଦେଖି ଗରିବ ଲୋକ।


ଏକ ଆଉ ଏକ ମିଶିଲେ ଦୁଇ।

ଆମେ ମାନେ ସବୁ ଭଉଣୀ ଭାଇ।


ଦୁଇ ଆଉ ଏକ ମିଶିଲେ ତିନି,

ଚୁଡା ସାଥେ ଭଲ କଦଳୀ ଚିନି।


ତିନି ଆଉ ଏକ ମିଶିଲେ ଚାରି,

ସୋଲଟି ହାଲୁକା ପଥର ଭାରୀ।


ଚାରି ଆଉ ଏକ ମିଶିଲେ ପାଞ୍ଚ,

କୁନାକୁନି ଆସ ନାଚିବା ନାଚ।


ପାଞ୍ଚ ଆଉ ଏକ ମିଶିଲେ ଛଅ

ପାଠ ପଢି ଭଲ ମଣିଷ ହୁଅ।



ଛଅ ଆଉ ଏକ ମିଶିଲେ ସାତ

ହାତ ଧୋଇ ଆମେ ଖାଇବା ଭାତ।


ସାତ ଆଉ ଏକ ମିଶିଣ ଆଠ

ମନ ଦେଇ ଆମେ ପଢିବା ପାଠ।


ଆଠ ଆଉ ଏକ ମିଶିଲେ ନଅ

ଠିକ ସମୟେରେ ଉଠ ଓ ଶୁଅ।


ନଅ ଆଉ ଏକ ମିଶିଲେ ଦଶ

ସଭିଙ୍କ ମୁହଁରେ ଫୁଟାଅ ହସ।


ପ୍ରୀତିପ୍ରିୟା ମହାନ୍ତି

ମୟୂରଝାଲିଆ,ରଣପୁର

ନୟାଗଡ଼



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children