STORYMIRROR

Deepak Ranjan

Others Children

4  

Deepak Ranjan

Others Children

ବେତ

ବେତ

1 min
254


ଭାବିଲେ ମନେ ପଡେ

ସେ ବେତର ଅସଲ ସ୍ୱରୂପ

ତୈଳାକ୍ତ ହେଲା ପରି ତା ଦେହ

ବାଦାମୀରଙ୍ଗର।

ବେତ ଦେହେ 

ଚାରି କି ପାଞ୍ଚ ଗଣ୍ଠି ହେବ

ପୁରା ଏକଗଣ୍ଠି ସାରଙ୍କ ହାତରେ

ଆଉ ଚାରି ହାତ କେବେ

ଜଙ୍ଘର ସେ ମାଂସଳ ଉପରେ

ତ କେତେବେଳେ ଚିତ୍ର ଆଙ୍କେ

କୈଶୋରର ପୃଷ୍ଠ ଦେଶପରେ ।।


କାହିଁ କେଜାଣି ସେ ବେତ ଉପରେ

ଏତେରାଗ ହୁଏ

ଯେତେ ସାର୍ ଙ୍କ ଉପରେ

ସେତେ ସେ ବେତ ଉପରେ

ସେ ବେତ ହଜିଗଲେ

କାହିଁକି ମନ ଟା 

ଆନନ୍ଦରେ ଶତତ କୁରୁଳେ।।


ସାର୍ ବସନ୍ତି ଚେୟାରରେ

ବେତ ବି ତା ଠୁ ଉଚ୍ଚରେ

ମାନେ ଟେବୁଲ୍ ଉପରେ

ଆଜି ସାର୍ ଅଛନ୍ତି

କିନ୍ତୁ ବେତ ନାହିଁ

ଦଣ୍ଡମୁକ୍ତ ନାଁରେ 

ଶିକ୍ଷା ହସେ ଏକ ଅସ୍ପଷ୍ଟ ଶବ୍ଦରେ।।


କଥାରେ ଅଛି ଯେବେ 

ବାଜେ ଛାଟ 

ଦିଶେ ବାଟ

ଆଜି ଛାଟ ନାହିଁ

ହଜି ଯାଇଛି ବାଟ

ମାନବତ୍ଵର ସେ ମହମନ୍ତ୍ର

ଶିକ୍ଷା ନାଁରେ ସବୁ ଏଠି

ହୁଏ ହରିଲୁଟ ।।


ଅନୁଶାସନର ଉନ୍ମୁକ୍ତ ଶୃଙ୍ଖଳେ

ଛାତ୍ର ମାନେ ହେଲେ ପରାହତ

କାହିଁକି ନା

ପାଠ ନାଁରେ ହୁଏ ଏଠି

ନିତିନିତି ପ୍ରପଞ୍ଚର ହାଟ ।।


ସେ ବେତର ଛାଟ

ଯିଏ ଖାଇଛ 

ଭାବି ନିଅ

ଈଶ୍ୱର ଙ୍କ ଦ୍ଵିତୀୟ ଅନୁଶାସନ

ହେଉ ପଛେ କଷ୍ଟ

ମଣିଷକୁ ତିଆରି କରିବାକୁ

ତା ସହରହିଛି

ଗୁରୁଙ୍କ ଆଶିଷ ଅୟୁତ।।


ସାର୍ ଙ୍କ ବେତ

ଭାବି ଦେଲେ ଆଜି

ଲାଗୁଛି ଅତୀତ ସତ

ପୁଣି ଇଚ୍ଛା ହୁଏ 

ଏ ବୟସରେ ସାର୍

ଆଉ ଦୁଇ ପାହରେ 

ଦିଅନ୍ତେ ନି

ଝୁଣ୍ଟି ପଡ଼ୁଥିବା ମନ

ଅବାଟରୁ ଫେରି ଆସନ୍ତା  

ଦୁଇ ଥର ସେ ବେତର ପାହାରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍