କରୋନା ଓ ମୋ ପିଲାବେଳ
କରୋନା ଓ ମୋ ପିଲାବେଳ
ମନେପଡେ ସେ ପିଲାଦିନ
ତତଲା ଡହକ ଶୁନଶାନ୍ ଖରାବେଳ
ଝାଞ୍ଜିର ପବନ
ଆଜି ବି ସେ କାହାଣୀ
ହୁଏ ପ୍ରତିଧ୍ଵନି ବାହାରକୁ ଯିବା ମନା
କାହିଁକି ନା ଆସିଛି କରୋନା।।
ବାପା କହୁଥିଲେ ଶୋଇପଡ଼
ଘରେରୁହ ସେ ଶକ୍ତ ନିର୍ଦ୍ଦେଶ
ବାହାରକୁ ଯିବା ମନା,
କିନ୍ତୁ କଣ୍ଟାବାଡ଼ ଆମ୍ବତୋଟା
ନଈ କୂଳ ସବୁ ହାତଠାରି ଡାକନ୍ତି
ବିଫଳ ବାପା ଙ୍କ ଆହ୍ବାନ
ମନ ହୁଏ ପୁଣି ଆନମନା ।।
ଆଜି କିନ୍ତୁ ବାପା ହିଁ ନାହାନ୍ତି
କିନ୍ତୁ ପୁଣି ବାହାରକୁ ଯିବା ମନା
ସେଦିନ ବାପାଙ୍କ ପ୍ରହାର
ଆଜି ମାମୁଙ୍କର
କିନ୍ତୁ ଫରକ୍ ସିର୍ଫ ଲମ୍ବା ବୟସର ।।
ପିଲା ଦିନେ କେତେ ଖେଳୁଥିଲୁ
ଗୋଲା ଗୋଲା କରି
ସେ ଗୋଲାଲୁ ଏ ଗୋଲା ଯାଏ
ଲମ୍ଫ ଦେଉଥିଲୁ
ଚୋର ହେଉଥିଲୁ
ଆଜି ବି ଦୋକାନ ସାମ୍ନାରେ
ସେ ଗୋଲାରୁ ଏ ଗୋଲା ଯାଏ
ଏକ ଦୀର୍ଘ ଅପେକ୍ଷାରେ
ଗୋଲା କୁ ଗୋଲା ଲମ୍ଫ ଦେଉ
ବାସ୍ ଫରକ୍ କରୋନା ଭୟରେ ।।
ଚଲାରାସ୍ତା ପରେ
ଲାଜକୁଳୀ ଲତା ସାଥିେ
<p>କେତେ ଅତ୍ମୀୟତା
ସେଇଦିନ ଜାଣିଥିଲି
ଫରକ୍ ଛୁଆଁ ଓ ଅଛୁଆଁ ଭିତରେ
ଏବେ ଜାଣିଲି ଛୁଆଁ ଓ ଅଛୁଆଁ
କେତେ ଭୟଙ୍କର କରୋନା ଭାଷାରେ।।
ପିଲାଦିନ ପର ଠାରୁ
ଭୁଲି ଯାଇଥିଲି ପରିବାର ସୁଖ
ଯେବେଠୁ ଲାଗିଲାଣି
ଦୌଡା ଦୋୖଡି ଭିଡ଼ରେ
ରୋଜଗାରର ନିଶା
ଆଜି ବନ୍ଦ ଘରେ ମୋତେ
କରୋନା ଵାନ୍ଧିଲା
ପରିବାର ଲାଗେ ଆଜି
ମୋ ପାଇଁ ଆଶା ଓ ଭରସା।।
ପିଲାବେଳର ସେ ନାଲିରଙ୍ଗ ଗାମୁଛା
ମୁହଁ ଘେରି ଠେକା କରି
ଦେଲା ଯେ କେତେ ଆତ୍ମୀୟତା
ଆଜିବି ମୁହଁ ଘେରା ସେହି ଅଭିନୟ
ମାସ୍କ୍ ଅଛି କିନ୍ତୁ ନାହିଁ ସେ ଗାମୁଛା
ଖାଲି ଅଣନିଶ୍ବାସୀ ଲାଗେ
ଜୀବନ ଭରେ ଭୟର ନୂଆ ଏକ ସତ୍ତା ।।
ଯାହା ବି ହେଉ ତୁ କରୋନା
ଦେଲୁ ସ୍ବଚ୍ଛତାର କେତେ ଶିକ୍ଷା
ଯେଉଁ ଶିକ୍ଷା ପାଇଥିଲି ପିଲାବେଳେ
ପୁଣି ଭୁଲିଗଲି ଯୌବନର
ଦୂର ଦୀର୍ଘତାରେ
ଆଜି କଲୁ ପୁନଃ ଜାଗରଣ
ସ୍ଵଚ୍ଛତାର ,ସଭ୍ୟତାର ସ୍ବାସ୍ଥ୍ୟପ୍ରଦ ଦୀକ୍ଷା ।।