STORYMIRROR

Kshitish Jena

Abstract Inspirational Children

4  

Kshitish Jena

Abstract Inspirational Children

କିଛି କିଛି

କିଛି କିଛି

1 min
360

କିଛି କିଛି ବାଟ ଚାଲିଲେ ବାଟୋଇ

ବାଟ ସରି ସରି ଯାଏ

କିଛି କିଛି ପାଠ ପଢୁଥିଲେ ପିଲେ

ପାଠ ବୋଝ ଦୂର ହୁଏ ।


କିଛି କିଛି ନିତି ବାୟାମ କରିଲେ

ଦେହ ପରା ରହେ ଭଲ

କିଛି କିଛି ନିତି ପାଣି ଦେଉଥିଲେ

ବଗିଚାରେ ହସେ ଫୁଲ ।


କିଛି କିଛି ମନ ଖୋଲି ହସୁଥିଲେ

ବଢ଼ଇ ପରା ଆୟୁଷ

କିଛି କିଛି ଭଲ କାମ କରିଗଲେ

ସାରାଦିନ ରହେ ଯଶ ।


କିଛି କିଛି ନିତି ଅଭ୍ୟାସ ବଳରେ

ଶିଶୁ କ୍ରମେ କଥା କହେ

କିଛି କିଛି ନିତି ପଡ଼ି ଉଠି ଶିଶୁ

ଚାଲିବା ସେ ଶିଖିଯାଏ ।


କିଛି କିଛି ନିତି କୁଟା କାଠି ନେଇ

ପକ୍ଷୀଟି ଗଢ଼ଇ ବସା

କିଛି କିଛି ଅକ୍ଷରରେ ଶବ୍ଦ ହୁଏ

ହୁଏ ସୁମଧୁର ଭାଷା ।


କିଛି କିଛି ନିତି ଲେଖୁଥାଏ ଯିଏ

ହୁଅଇ ଲେଖକ କବି

କିଛି କିଛି ଅଭିନୟ କଳା ପାଇଁ

ରହିଯାଏ ତାର ଛବି ।


କିଛି କିଛି ନିତି ଚେଷ୍ଟା କରେ ଯିଏ

ଲକ୍ଷ୍ୟରେ ସଫଳ ହୁଏ

କିଛି କିଛି ମିଠା କଥାରେ ଶତ୍ରୁବି

ସଙ୍ଗାତ ପାଲଟି ଯାଏ ।


Rate this content
Log in

Similar oriya poem from Abstract