Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Supriya Samal

Classics Children

4  

Supriya Samal

Classics Children

ଅପେକ୍ଷା

ଅପେକ୍ଷା

1 min
280


ସେଇ କିଛି ଆମ ପୁରୁଣା ସ୍ମୃତି

କିଛି ହସ ଲୁହ ଭିଜା 

କେବେ ଦୁଷ୍ଟାମୀ

କେବେ ପାଗଳାମି

ମନକୁ ଦିଅଇ ସଜା |


ସାକ୍ଷାତ ର ସେହି ମୁହୂର୍ତ୍ତ

ସ୍ତବ୍ଧ କରେ ଚାରି ପାର୍ଶ୍ଵ

ସତେ ଯେପରି

ପ୍ରଭୁଙ୍କ ଆଶିଷେ

ମୂର୍ତ୍ତି ହୁଏ ପ୍ରତିରୂପ |


ସ୍ୱପ୍ନର ନାୟକ

ଦୂର ଦେଶେ ଯାଇ

ଗଢ଼ନ୍ତି ତ ଭବିଷ୍ୟତ

ଅପେକ୍ଷା ଅନନ୍ତ

ତୁମ ପାଇଁ ସାଥି

ତୁମେ ଆଦି ତୁମେ ପ୍ରାନ୍ତ |


ରଜନୀ ଅନ୍ଧାରେ

ଶଶାଙ୍କ ଙ୍କର ରୂପ

ବାରି ହୁଏ ତାରା ମଧ୍ୟେ

ତୁମେ ହେ ମୋ ଆର୍ଯ୍ୟ

ସଭିଙ୍କ ଗଣରେ

ବାରିହୁଅ ଜହ୍ନ ସତେ |


ହୃଦେ ସତ୍ୟ ହାସ୍ୟର

ରଜନୀଗନ୍ଧା ବୁଣି

ମୁଖେ ଦିଅ ନୂତନ ଉଜ୍ୱଳ

ହସ୍ତ ଧରି ଥାଅ

ନିଜ ଛାଇ ପରି

ତୁମେ ମୋ ଚକ୍ଷୁ କଜ୍ଵଳ |


ଭାବନା ତୁମର

ମୋ ମୁଖ ର ହସ 

ତୁମେ ମୋ ହୃଦ ସ୍ପନ୍ଦନ 

ସପ୍ତ ଜନ୍ମ ନୁହେଁ

ଜନ୍ମ ଜନ୍ମର

ବନ୍ଧନ ଯେ ଚିରନ୍ତନ|


Rate this content
Log in

Similar oriya poem from Classics