Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ମିଛିମିଛିକା

ମିଛିମିଛିକା

1 min
233



ନାତୁଣୀ ମୋହର ପଢ଼ୁଥିଲା ପାଠ

ନର୍ସରୀ ଗ୍ରେଡ଼ ୱ।ନ

ଯାଉନି ଏବେତ ପଢ଼ି ବିଦ୍ୟାଳୟ

ଘରେ ଦେଖାଉଛି ତାନ ।

ସକାଳୁ ନିଇତି କହୁଅଛି ଜେଜେ

ଜଲ୍ଦି ରେଡି ହୋଇଯାଅ

ଇସ୍କୁଲ ଟାଇମ ହୋଇଗଲା ପରା

ବେଗ ବସ୍ତାନି ଧର ।

ଚାମଚ ପିଟିକି କହୁଚି ପାଟିରେ

ବାଜିଗଲା ଘଣ୍ଟି ଟି° ଟି°

ରାଇଟ ଟେବୁଲ ଫୋଅର ଫାଇଭ

ନୋ ବଦମାସୀ ନୋ ଚିଟି° ।

ଷ୍ଟୁଡେଣ୍ଟ କଅମ ଟିଚର ହେଉଛି

ନାତୁଣୀ ମୋ ନଟଖଟ

ପଢେଇ ପଢେଇ ବିଗାଡି ଦେଲାଣି

ହାଲତ ଜବରଦସ୍ତ ।

ବସଉଛି ଆଣି ମୋ ପାଖେ ଦୁଇଟି

ଡଅଲ ପିଙ୍କି ରାକେଶ

କହୁଛି ୱେଲ୍କମ ଗୁଡ଼ ମରନିଙ୍ଗ

ମାଇ ଡିଅର ଷ୍ଟୁଡେଣ୍ଟସ୍ ।

ପରଖୁଚି ନୋଟ ଦେଉଛି ନମ୍ବର

ଖାତାରେ ଡ୍ରଇ° ଆଙ୍କି

କହୁଛି ବୁଝାଅ ଷ୍ଟୋରୀରେ ଚିତ୍ରକୁ

ଚୁପଚାପ କର ପାଟି ।

ରିସେସ ଟାଇମ ହୋଇଗଲା କହି

କଢାଏ ଟିଫିନ ବାକ୍ସ

ମିଛେ ମିଛେ କହେ ଖାଇନିଅ ପିଲେ

ସେଆର ଇଚ ଅଦର୍ସ ।

କେତେବେଳେ ହୁଏ ପରିବାବାଲୀ ସେ

କାମବାଲୀ ଡାକ୍ତରାଣୀ

ଭଳିଭଳି କରି ଡ୍ରାମାବାଜି ସିଏ

ମନ ନେଉଥାଏ କିଣି ।

ଲଗେଇଚି ଭଲ ପାଲା ଏ କରୋନା

ପିଲାଏ କରିବେ କଣ

କରୁ ପଛେ ସିଏ ଯେତେ ଉଠବସ

ମୁଁ ତାହାର ବଡ଼ ଫ୍ୟାନ ।।

   


Rate this content
Log in

Similar oriya poem from Inspirational