Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ସ୍ୱଚ୍ଛ ହେଉ ଆମ ମନ ଅଗଣା

ସ୍ୱଚ୍ଛ ହେଉ ଆମ ମନ ଅଗଣା

1 min
258



ଗଢା ପଞ୍ଚଭୂତେ ଜୀବନ ଆମର

       କ୍ଷିତି ଅପ ତେଜ ବ୍ୟୋମ ମରୂତ

ପ୍ରଦୂଷଣଗ୍ରସ୍ତ ହେଲେ ପରିବେଶ

        କେମିତି ବଞ୍ଚିବ ଆଜି ମଣିଷ ।


ହେଉଅଛି ଧ୍ୱନି ବିକଟ ପ୍ରଚଣ୍ଡ

        କଳଗାଉଣାରେ ବାଜୁଛି ଗୀତ

ବାଜୁଅଛି ଡିଜେ ଉଦ୍ଦଣ୍ଡ ନୃତ୍ୟରେ

        ବଢୁଅଛି ରୋଗ ରକତ ଚାପ ।


ଆମ କଥା ଗୀତ ଶବଦ ସାହିତ୍ୟ

        ପୁରାଣ ଶାସ୍ତ୍ରର ନୀତି ଆଦର୍ଶ

ଲିପିବଦ୍ଧ ଅଛି ପୋଥିରେ କେବଳ

        ହେଉନାହିଁ କର୍ମେ ପ୍ରତିଫଳିତ ।


ଚାଲେ ଖଚ ମିଛ ଲାଞ୍ଚ ଜମାଖୋରୀ

        ଦିନ ଦ୍ୱିପହରେ କଳାବଜାର

ବିଚରା ଖାଉଟି ହୁଏ ହନ୍ତସନ୍ତ

         ମିଳୁଅଛି ଯାହା ବେଶି ଭେଜାଲ ।


ଶିକ୍ଷା ଦୀକ୍ଷା ଧର୍ମ ନାମରେ ବଢୁଛି

         ଠକାମି ଭଣ୍ଡାମି ଲୁଟତରାଜ

ବାନ୍ଧୁଛି ଜମାଟ ରୋଗ ମହାମାରୀ

        ଦୂଷିତ ରକତେ ଭରେ କଳ୍ମୁଷ ।


ଧ୍ୱଂସକୁ ଏଡାଇ ଆସ ଉନ୍ମେଷିବା

         ସୁମଙ୍ଗଳ ଶୁଭ ଚିନ୍ତା ଚେତନା

ରଖିବା ବିଶୁଦ୍ଧ ଆମ ପରିବେଶ

         ସଦା ସ୍ୱଚ୍ଛ ଆମ ମନ ଅଗଣା ।

       


Rate this content
Log in

Similar oriya poem from Inspirational