ଶୀତ ସନ୍ଧ୍ୟାରେ ଦିନେ
ଶୀତ ସନ୍ଧ୍ୟାରେ ଦିନେ
ସନ୍ଧ୍ୟା ଭ୍ରମଣ
ସୂର୍ଯ୍ୟ ଅସ୍ତ ଗଲେ ସଞ୍ଜ ନଇଁ ଆସେ
ରାତ୍ରି ଆଗମନ ସୁଖ
ଶୀତୁଆ ସଂଧ୍ୟାର ଶୀତଳ ବାଆ ତ
ଦିଅଇ ଦାରୁଣ ଦୁଃଖ ।
ଦିନ ତମାମର ଖଟଣି ସରଇ
ମନ ଖୋଜଇ ସ୍ବାତନ୍ତ୍ର୍ଯ
ଶୀତୁଆ ସଂଧ୍ୟା ର ଗରମ ଚାଆ ରେ
ଘରଣୀ କରଇ ମନ୍ତ୍ର ।
ଗଲେ ଯେତେ ଦୂରେ ଖୁସି ବାହାନାରେ
ଖାଦ୍ୟ ମନକୁ ଯାଏନି
ସ୍ବାଭିମାନୀ ପତ୍ନୀ ମୁହଁ ଦେଖାଯାଏ
ସେତ ଭାରି ଅଭିମାନି ।
ଗରମ ପକୁଡି ଖାଇ ବାକୁ ଦ୍ୟନ୍ତି
ପରେ ଦ୍ୟନ୍ତି ଲେମ୍ବୁପାଣି
କହିଲେ କହିବେ ତେଲ ଚର୍ବି ସବୁ
ନଷ୍ଟ କରେ ଲେମ୍ବୁ ପାଣି ।
ଘରଣୀ ରାଣୀ ର ମୁହଁ ଟି ତ କଡା
ଭିତର ଭାରି କଅଁଳ
ମନ ଜାଣି ଯତ୍ନ ନିଅନ୍ତି ସବୁରି
କାମ ତାଙ୍କର ସଅଳ ।
ପିଲା ବଡ ହେଇ ବାହାରକୁ ଗଲେ
ଯେଝା ବୃତ୍ତି ଯିଏ ନେଇ
ଅନାଥ ଝିଅ ଟେ କାହୁଁ ନେଇ ଆସି
ଅତି ଯତ୍ନ ରେ ରଖଇ ।
ପର ବୋଲି କେବେ ମନରେ ଭାବେ ନା
ଧରମ ପତ୍ନୀ ମୋହର
ରାସ୍ତା ରୁ ଉଠାଇ ଥଣ୍ଡା ଶିଶିର ରୁ
ନ ଭାବନ୍ତି ତାକୁ ପର ।
ଛିଣ୍ଡା ଜାମା ତାର ସାତ ସିଆଁ ଥିଲା
ମୁଣ୍ଡ କେଶ ଫୁର୍ ଫୁର୍
ମାତୃଭୂମି ମାଟି ବୋଳି ହେଇଥିଲା
ସର୍ବେ କରେ ଦୂରୁ ଦୂରୁ ।
ପିଲା ଛାଡି ଗଲେ ଦେଶ ବିଦେଶକୁ
ମୁଁ ଯାଏ ମୋ ଅଫିସ୍
ଏକୁଟିଆ ପଣ ମାଡି ବସିଥିଲା
ପୂର୍ଣ୍ଣ କରିଲା ନିଆଶ୍ରୀ ।
ଆସିବା ଦିନରୁ ଗରିବ ଝିଅଟି
ପରିବର୍ତ୍ତନ ହେଲାଣି
ସଫା ସୁତୁରା ତ ରହି ହସୁ ଅଛି
ନିଜର ହେଇ ଗଲାଣି ।
ମା ବୋଲି ଡାକୁଛି କାମ ଛଡାଉଚି
ପାଠ ବି ଭଲ ପଢୁଚି
ନିଜର ପଣିଆ କେତେ ଦେଖାଉଛି
ଭାରି ଆନନ୍ଦ ଦଉଚି ।
ସ୍ରଷ୍ଟାଙ୍କର ସୃଷ୍ଟି କି ମଧୁର ଆହା
ସନ୍ଧ୍ୟା ଭ୍ରମଣ ର ଦୃଶ୍ୟ
ଦିବ୍ୟ କାନ୍ତି ଶୋଭା ଏ ସାରା ଦୁନିଆ
ସନ୍ଧ୍ୟା ଭ୍ରମଣ ରହସ୍ୟ ।
