STORYMIRROR

Prasanna kumar sahu

Children Stories Romance

4  

Prasanna kumar sahu

Children Stories Romance

ପ୍ରେମ

ପ୍ରେମ

1 min
275


ପ୍ରିୟ ତୁମେ କାହିଁ

କରୁଛ ପ୍ରଚେଷ୍ଟା

ମାପିବ ପ୍ରେମ ଗଭୀରତା,

ନୁହଁ ଏହି ସ୍ଥୁଳ

ବସ୍ତୁଟିଏ ପ୍ରିୟ

ମନର ଖାଲି ଆବିଳତା।

ପ୍ରେମ ନୁହଁ ପ୍ରିୟ

ଚକ୍ଷୁର ମିଳନ

ହୃଦୟ ମିଳନ ପ୍ରେମ,

ମୋ ପ୍ରେମ ମାପିବ

ତୁମରି ହୃଦୟ

ଆନ ମାପିବା ଅକ୍ଷମ।

ତୁମ ଚକ୍ଷୁ ନୁହଁ

ଅନ୍ୟ ଅଙ୍ଗ ନୁହଁ

ମାପିବ ପ୍ରେମ ଗହିର,

ଏହି କ୍ଷମତା ଟି

କେବଳ ରହିଛି

ତୁମ ସେହି ହୃଦୟର।

ହୃଦୟକୁ ଥରେ

ପଚାରିବ ତୁମେ

ନିରୋଳାରେ ବସି ବସି,

ଠିକ୍ କହିବ ମୋ                  

ପ୍ରେମ ଗଭୀରତା

ତୁମକୁ ସେ ହସି ହସି।

ମୁଁ କିନ୍ତୁ ସଠିକ୍

ମାପି ପାରିଛି ଯେ

ତୁମ ପ୍ରେମ ଗଭୀରତା,

ତୁମରି ସେହି ଯେ

ଅନାବିଳ ସ୍ନେହ

ସୂଚାଏ ତା ଗଭୀରତା।

ଥାଅ କି ନ ଥାଅ

ତୁମେ ମୋ ପାସରେ

ତୁମ ହୃଦ ମୋ ସାଥିରେ,

ସଦା ବେଳେ ସିଏ

ପ୍ରେମ କରୁଥାଏ

ଦିବସେ ଅବା ରାତିରେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍