Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational Others Children

4  

Chittaranjan Nanda

Inspirational Others Children

ରକ୍ତପାତ କରିବା ଶିଖିଛ କେଉଁ ଧର୍ମର

ରକ୍ତପାତ କରିବା ଶିଖିଛ କେଉଁ ଧର୍ମର

1 min
327


କରୁଛ ଭିଡ଼ ଧର୍ମ ଧର୍ମ କହି ଗୀର୍ଜା, ଗୁରୁଦ୍ୱାର, 

ମନ୍ଦିର, ମସଜିଦରେ 

ଧରଣୀ ବକ୍ଷରେ କରିବାକୁ ରକ୍ତପାତ ଶିଖିଛ

କେଉଁ ଧରମ ଗ୍ରନ୍ଥରେ |


ରକତ ରଙ୍ଗ ତ ନାଲି, ହୁଅ ତୁମେ ହିନ୍ଦୁ ମୁସଲମାନ 

କିବା ବୌଦ୍ଧ ଖ୍ରୀଷ୍ଟିଆନ,

ମାଟି ପାଣି ପବନ ଦେଖାଏ ନାହିଁ ତ କାହାର ପ୍ରତି

ଭେଦଭାବର ମନ |


ରକ୍ତ ବୁନ୍ଦେ ଚାହଁ ରୋଗୀ ହୋଇ ଯେବେ ଦେଖ

କି କିଏ ସବର୍ଣ୍ଣ ଓ ଅସବର୍ଣ୍ଣ

ତେବେ କାହିଁକି ଦେଉଛ ମଣିଷ ମଣିଷ ମଧ୍ୟରେ

ଜାତି ଓ ଧର୍ମକୁ ପ୍ରାଧାନ୍ୟ |


ସ୍ୱାର୍ଥପରତାରେ ଧର୍ମର ନାମେ, ମଣିଷ ମନଟା

ହୁଏ ପଶୁଠାରୁ ହୀନ କ୍ରୁର

ନରହେ ଦୟା କ୍ଷମା ଅହିଂସା ମଣିଷ ହୃଦୟେ 

ତୁଚ୍ଛା ନିଶା ଗର୍ବ ଦମ୍ଭ ଅହମିକାର |


ମଣିଷ ମାରୁଛି ମଣିଷକୁ, ସେ ପାଇଁକି ଧାର୍ମିକ

ମନରେ ନାହିଁ କେବେ ଚିନ୍ତା

ଏପରି ମଣିଷ କୁଆଡୁ ଗାଇବ ବିଶ୍ୱରେ ସର୍ବେ

ଭବନ୍ତୁ ସୁଖୀର ଶୁଭ ବାର୍ତ୍ତା l


Rate this content
Log in

Similar oriya poem from Inspirational