STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଆସ ଗଢିଦେବା ସୁନାର ସ°ସାର

ଆସ ଗଢିଦେବା ସୁନାର ସ°ସାର

1 min
250


ଆମ ପରିବାର  ଚାରୁ ଚିତ୍ରପଟ

    ଅତୁଟ ସ୍ନେହ ବନ୍ଧନ

ବାନ୍ଧି ରଖିଥାଏ  ଆପଣାପଣରେ

  ମୈ।ଳିକ ତା ଉପାଦାନ ।


ପରିବାରେ ଶିଶୁ  ଜନମ ଲଭିଣ

   ଛୋଟରୁ ହୁଅଇ ବଡ଼

ପାଏ ସ୍ନେହ ଶ୍ରଦ୍ଧା  ଶିକ୍ଷା ସୁସଂସ୍କାର

   ମନୋବଳ କରେ ଦୃଢ଼ ।


ସମ୍ମାନ ସତ୍କାରେ   ରହିବା ଉଚିତ

   ପାଶେ ବୃଦ୍ଧ ମାତାପିତା

ତାଙ୍କରି ଆଶିଷୁ   ମିଳେ ସୁଖଶାନ୍ତି

    ଜୀବନେ ପରିପୂର୍ଣ୍ଣତା ।


ଆମ ବାସଗୃହ  ଆମ ଚତୁଃପାର୍ଶ୍ଵ

     ରଖିବା ସୁନ୍ଦର ସ୍ୱଚ୍ଛ

ଗୃହରେ ପାଳିତ   ପଶୁପକ୍ଷୀଙ୍କର

     ଯତ୍ନ ନେବା ଉପଯୁକ୍ତ ।


ପରିବାର ଅଟେ  ମୈ।ଳିକ ଏକକ

     ସମାଜର ମୂଳ ପିଣ୍ଡ

ସ୍ୱଚ୍ଛନ୍ଦ ସ୍ୱତନ୍ତ୍ର   ହେଲେ ପରିବାର

     ଉଜ୍ଜ୍ବଳ ବିଶ୍ୱ ବ୍ରହ୍ମାଣ୍ଡ ।


ଆଲୋକ ବର୍ତ୍ତିକା  ସଦୃଶ ଉଦ୍ଭାସୁ

     ସୁଖୀ ଆମ ପରିବାର

ଆମର ଅତୀତ   ଏବଂ ବର୍ତ୍ତମାନ

   ଭବିଷ୍ୟ ହେଉ ସୁନ୍ଦର ।


ସଙ୍ଗଠିତ ହେଉ   ସମନ୍ୱିତ ହେଉ

    ଆଦର୍ଶ ବୋଧ ବିଚାର

ବିଶ୍ବ ଜାତି ସ୍ତରେ   ହେଉ ସମୁନ୍ନତ 

     ସମୁଜ୍ଜ୍ୱଳୁ ପରିବାର ।


ଆସ ଗଢିଦେବା   ସୁନାର ସ°ସାର

     ଆମ ଘର ପରିବାର

କାରିଗର ଆମେ   ନୂତନ ଯୁଗର

     ସଙ୍କଳ୍ପ ସତ୍ୟ ସୁନ୍ଦର ।

       


Rate this content
Log in

Similar oriya poem from Inspirational