STORYMIRROR

Sandhyarani dash

Children

4  

Sandhyarani dash

Children

ଧୂଳି

ଧୂଳି

1 min
250

ସାରା ବ୍ରହ୍ମାଣ୍ଡରେ କ୍ଷୁଦ୍ରା ତି କ୍ଷୁଦ୍ରତ

ଅଣୁ ଟିଏ ମୁହିଁ ଧୂଳି

ମାଟିରୁ ଆକାଶ ଆକାଶ ରୁ ମାଟି

ପରିବ୍ୟାପ୍ତ ନିଅ ତୋଳି।


ଅବାଞ୍ଛିତ ଅଙ୍କିଚନ ଲୋକ ଦୃଷ୍ଟି

ଘୃଣ୍ୟ କଣ ମୋର ରୂପ

ଆଖିରେ ନାକରେ ପ୍ରବେଶ କରିଲେ

ଦୂରରୁ ପକାନ୍ତି ଛେପ।


ସୁରୁଜ କିରଣ ବିଲ ବାଡି ବଣ

ଝିଲିମିଲି ଦେହ ମୋର

ଆକାଶକୁ ଭରି ଦେଇଛି ନିଳୀମା

ମୋ ଅସ୍ତିତ୍ବ ଶରୀର।


ପାହାଡ ପର୍ବତ ଯେତେ ଜଡ ପିଣ୍ଡ

ଗଢା ମୋର ଏହି ଦେହେ

ଖାଲ ଖମା ପୋତି କରେ ସବୁ ଭର୍ତି

ସ୍ୱଚ୍ଛ ନ୍ଦ ରେ ଉଡ଼ି ବହେ।


ଅନନ୍ତ ଗଗନେ ଘୁରି ବୁଲୁଥିବା

ଛୋଟ ନାମ ଟିଏ ଧୂଳି

ସଭିଙ୍କ ପାଖରେ ଲାଖି ଯାଇଥାଏ

ରୂପର ଅନେକ ଭଳି।


ପରକୁ ଆପଣା ସ୍ଵଭାବ ମୋହର

ସେଥି ପାଇଁ ଜମି ଯାଏ

ଗଛର ପତ୍ରରେ ପୋଷାକ ବହିରେ

ସବୁଠାରେ ରହି ଥାଏ


ଶିଶୁର ଦେହକୁ ପଣତ କାନି ରେ

ମା ମୋ ନାମକୁ ଧରି

ସେଇଥିରେ ସ୍ବର୍ଗ ଅନୁଭବ ମୋର

ଆନନ୍ଦରେ ମନ ଭରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children