Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଦିଅ ମାଆ ସରସ୍ୱତୀ ବିଦ୍ୟାର ଭଣ୍ଡାର

ଦିଅ ମାଆ ସରସ୍ୱତୀ ବିଦ୍ୟାର ଭଣ୍ଡାର

1 min
369



ଜୟ ବେଦମାତା ଗାୟତ୍ରୀ ସାବିତ୍ରୀ 

          ଜୟ ଦେବୀ ସରସ୍ୱତୀ

ବରଦା ଶାରଦା ମାଆ ବୀଣାପାଣୀ 

        ବାଗ୍ଦେବୀ ବିଦ୍ୟା ଭାରତୀ ।


କୃପାକର ମାଆ ଦେବୀ ଭଗବତୀ 

          ବୀଣା ପୁସ୍ତକ ଧାରିଣୀ

ଦିଅ ଦରଶନ ଶୁଭ୍ର ବସ୍ତ୍ରାବୃତ୍ତେ

         ଶ୍ୱେତ ହ°ସ ପଦ୍ମାସନୀ ।


ନିଶେଷ ଜଡତା ଅଜ୍ଞାନ ତିମିର

           ପ୍ରକାଶ ବିଶୁଦ୍ଧ ଜ୍ଞାନ

ନିନାଦୁ ଝଙ୍କାର ପଞ୍ଚମ ତାନରେ

           ହୃଦୟ ବୀଣାର ତନ୍ତ୍ର ।


ପ୍ରସ୍ଫୁଟିତ ହେଉ ପ୍ରଫୁଲ୍ଲ କମଳ 

           ସୁମନ ଜୀବନ ପୁଷ୍ପ

ପ୍ରବହୁ ମଳୟ ସୁଗୁଣ ସୁରଭି 

           ଛନ୍ଦ ରଙ୍ଗ ରସ ରୂପ ।


ବିଜେ ହୁଅ କଳା ଉତ୍କର୍ଷ ସାହିତ୍ୟେ 

           ଜନମନ ପ୍ରତି କଣ୍ଠେ

ହେଉ ଅଭ୍ୟୁଦୟ ଜୀବନ ସ୍ୱଚ୍ଛନ୍ଦ

           ଉଲ୍ଲସୁ ପ୍ରାଣ ଆନନ୍ଦେ ।

ଗୁରୁ ଗୁରୁଜନ ମାତାପିତା ଭକ୍ତି

           ମମତା ସେନେହ ପ୍ରେମ

ହେଉ ସମୁନ୍ନତ ସୁଦୃଢ଼ ସମ୍ପର୍କ

          ସମାଜ ହେଉ ସ°ହତ ।


ଉନ୍ମୁକ୍ତ ପ୍ରଶସ୍ତ ହେଉ ବିଦ୍ୟା ବୁଦ୍ଧି

           ବିବେକ ବିଜ୍ଞାନ କ୍ଷେତ୍ର

ଏତିକି ମିନତି ମାଆ ସରସ୍ୱତୀ 

            ଦିଅ ବିଦ୍ୟାର ଭଣ୍ଡାର ।

       


Rate this content
Log in

Similar oriya poem from Inspirational