Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan Kumar Swain

Children

4  

Tapan Kumar Swain

Children

ଓଡ଼ିଶାର ଛବି

ଓଡ଼ିଶାର ଛବି

1 min
411


କୁଆଡେ ଗଲାଣି ଚାଷ ଜମି ସବୁ

ଠିଆ ହୋଇଲାଣି କୋଠା

ଜଙ୍ଗଲ ପାହାଡ଼ ମୁଣ୍ଡିଆ ଦିଶୁନି

କାହିଁ ଗଲା ବିଲ ତୋଟା ।


ବିକାଶର ନାରା ପ୍ରଚାର କରୁଛି

ଖବରକାଗଜ ପିଠି,

ବିଜ୍ଞାପନ ଦାତା ମଲାଟ ଛାପନ୍ତି

ବେତାର ପଢ଼ଇ ଚିଠି ।


ଆକାଶ ଛୁଇଁବା ଗଛ ଗୁଡା ସବୁ

ମାଟିରେ ଗଲେଣି ଲୋଟି

ପଥର ଶିଳାର ପ୍ରତିମୂର୍ତ୍ତି ମାନେ

ପିନ୍ଧିଲେଣି ପରିପାଟି ।


ବାଟୋଇ ଭାଇଟି ସଡକ ଛକରେ

ଖରାରେ ହୁଅଇ ଠିଆ,

ସେହି ଛକେ ଆଜି ଗଛଟିଏ ନାହିଁ

ଫଳକ କାହାର ଥୁଆ ।


ଯୁଗେ ଯୁଗ ଧରି ଗଛ ମାନେସବୁ

ପୂଜା ପାଉଥିଲେ ଦିନେ,

ସେହି ଗଛ ମାନେ ଜନ ହିତ ଲାଗି

ରହିଛନ୍ତି ଆଜି ମନେ ।


ଆଜି ସେଇ ଗଛ ମାଟିରେ ମିଶୁଛି

ଖୋଲୁନି କାହାର ପାଟି

ନିରିଦୟ ଏହି ମଣିଷ କେମିତି

କୁରାଢ଼ୀରେ ଦିଏ କାଟି ।


ବଦଳିବ ଗଲାଣି ଓଡ଼ିଶାର ଛବି

ଭୋକେ ମରିଲେଣି ଜୀବ,

ଶୁଭୁନାହିଁ ଆଉ ଜନପଦ କଡେ

ଜୀବ ଜନ୍ତୁଙ୍କର ରବ ।


ଋତୁଚକ୍ର ଆଉ ପାଣିପାଗ ସବୁ

ବଦଳି ଯାଉଛି କାହିଁ,

ଆମେ ନବଦଳିଲେ ଦୁନିଆ କେମିତି

ବଦଳିବ କୁହ ଭାଇ ।


Rate this content
Log in

Similar oriya poem from Children