STORYMIRROR

Gangotri Priyadarshini

Action Inspirational Children

3  

Gangotri Priyadarshini

Action Inspirational Children

ବୃକ୍ଷ ଟିଏ

ବୃକ୍ଷ ଟିଏ

1 min
229


ପୃଥିବୀକୁ ବଞ୍ଚେଇବା

ଗଛ ଟିଏ ଲଗେଇବା

ବିଶ୍ଵ ତାପନ କୁ ଆମେ

ଚେଷ୍ଟା କରି କମେଇବା।।


ସମୟ ଯାଉଛି ସରି

ଉତ୍ତାପ ବଢେ ଆହୁରି

ଜୀବ ଜଗତ ଆମରି

ଦୁଃସମୟ ସବୁଙ୍କରି ।।


ଗଛ ଟିଏ ଯେତେ ନିଏ

ଅଧିକ ତା ଠାରୁ ଦିଏ

ଆମ ପାଇଁ ଅନ୍ତ ହୁଏ

ଦୁଃଖ ତା ବୁଝିବ କିଏ ।।


ଅମ୍ଳଜାନ ଖାଦ୍ୟ ମାନ

ବସ୍ତ୍ର ବାସଗୃହ ଦାନ

ମୂର୍ତିକା କ୍ଷୟ କୁ ଯତ୍ନ

ପରିବେଶ ପ୍ରଦୂଷଣ ।।


ମନ ଦେଇ ଶୁଣ ଥରେ

ଗଛ ଅନୁନୟ କରେ

ସୃଷ୍ଟି ଇତିହାସ ଧାରେ

ଗଛ ପାଇଁ ବନାନିରେ ।।


ବୃକ୍ଷ ସେ ଅଟେ ଜୀବନ 

ସନ୍ତାନ ଜାଣି ରଖ ଧ୍ୟାନ

ଜଳ ସଙ୍କଟ କରି ହରଣ

ବାୟୁ ମଣ୍ଡଳ ରକ୍ଷା ଜାଣ ।।


ଛଅ ଋତୁ ପ୍ରକାଶ ହୋଇବ

ରୌଦ୍ର ଭୟ ଦୂର ହେବ

ଦୂର ନାନା ରୋଗ ବ୍ୟାଧି

ମେରୁ ତାପ ର ନିରୋଧି ।। 


ଖାଦ୍ୟ ବସ୍ତ୍ର ବାସ କଷ୍ଟ

ନିଶ୍ଚେ ହୋଇବ ଉତ୍କୃଷ୍ଟ

ଜଗତ ରେ ଜଳ କଷ୍ଟ

ହୋଇବ ନାହିଁ ଯେ କ୍ଲିଷ୍ଟ ।।


ବନୀକରଣ ରେ ସହଭାଗିତା

ହୃଦୟେ ବୃକ୍ଷର ଆବଶ୍ୟକତା

ନର ଜାତି ହେବ ଜଗତଜିତା

ଆଗକୁ ବଢିବ ମାନବ ସଭ୍ୟତା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action