STORYMIRROR

Priyabrata Mohanty

Tragedy Fantasy Inspirational

2  

Priyabrata Mohanty

Tragedy Fantasy Inspirational

ବ୍ରହ୍ମାଣ୍ଡର ସୁନ୍ଦରତା

ବ୍ରହ୍ମାଣ୍ଡର ସୁନ୍ଦରତା

1 min
226


ବିଶାଳ ସାଗର     ଅସୀମ ଗଗନ

ନଭଚୁମ୍ବି ଗିରିବର

ପ୍ରକୃତିର ଅଟେ ଘର,

ଧରଣୀ ବୁକୂରେ      ସବୁଜ କାନନ

ଶୁଭେଯେବେ ପକ୍ଷୀ ସ୍ୱର, ଚିତ୍ତହର୍ଷ ମନୋହର ।।


ସୁଖଦୁଃଖ ଭରା     ମଣିଷ କାହାଣୀ

ନୁହଁ କିଛି ଏଠି ସ୍ଥିର, ପୁଣି କାହିଁ ଏତେ ଡର,

ଭକତିରେ ଭରୁ      ହୃଦୟର ମୁଣି

ସ୍ପର୍ଶ ନକରୁ ଅହଂକାର, ନତମସ୍ତକ ରହୁ ମୋର ।।


ପ୍ରେମ କାରାଗାରେ      ବନ୍ଦୀ ଏ ଜୀବନ

କେହିନୁହଁ ଏଠି ପର, ଏହି ଆମ ସଂସାର,

ସେନେହ ଡୋରିରେ      ବାନ୍ଧିଛି ବନ୍ଧନ

ସଭିଏଁ ତ ଆପଣାର, ବିଶ୍ଵ ଏକ ପରିବାର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy