STORYMIRROR

Chikun Panda

Tragedy Inspirational

3  

Chikun Panda

Tragedy Inspirational

ବୋଝ

ବୋଝ

1 min
303

ହାତ ଧରି ଚାଲି ଶିଖେଇ ଥିବା ସେଇ ମା ' ଟା

 ଆଜି ବୋଝ,

ମୁଣ୍ଡ ଝାଳ ତୁଣ୍ଡରେ ମାରି ଦିନ ରାତି ଏକ କରି ପାଳି ଥିବା ସେଇ ବାପା 'ଟା

ଆଜି ବୋଝ,

ପାଟି ଫିଟୁ ନ ଥିବା କଂଅଳ ଶିଶୁ ଟିକୁ କଥା କୁହା ଶିଖାଇଥିବା ସେଇ ମା ' ଟା

ଆଜି ବୋଝ,

ସବୁ ଦୁଃଖ ନିଜେ ସହି ଅଜସ୍ର ସୁଖ ଅଜାଡ଼ି ଦେଇଥିବା ସେଇ ବାପା'ଟା

ଆଜି ବୋଝ,

ଭୋକେ ମରି ,ଦଣ୍ଡେ ଜୀଇ ଶିଶୁ ମୁହଁ ରେ ହସ ଫୁଟାଉ ଥିବା ସେଇ ମା 'ଟା

ଆଜି ବୋଝ,

ପର ଘରେ ମୂଲ ଲାଗି ଭୋକିଲା ପେଟ କୁ ଆହାର ଯୋଗାଇ ଥିବା ସେଇ ବାପା 'ଟା

ଆଜି ବୋଝ,

ବୁଢ଼ା ବାପା' ଟା ଆଖିରେ ଆଜି ଲୁହ

ବୁଢ଼ୀ ମା" ଟା ଛାତିରେ ଆଜି କୋହ ,

ଆରେ ବୋଝ ତ ସିଏ

ଯିଏ ନିଜ କର୍ତ୍ତବ୍ୟକୁ ଆଖି ଠାର ମାରେ ।

ଗଧ ଭଳି ବୋଝ ବୋହିଥିବା ସେଇ ବାପାଟା

ଆଜି ବୋଝ,

ବିନା ସ୍ୱାର୍ଥରେ ଅଜସ୍ର ସ୍ନେହ ମମତା ଅଜାଡ଼ି ଦେଇ ଥିବା ସେଇ ମା'ଟା 

ଆଜି ବୋଝ,

ବୋଝ ତ ସିଏ

ଯିଏ ନିଜ ମା'ର ମମତାକୁ ଭୁଲିଯାଏ ।

ବୋଝ ନୁହନ୍ତି ବାପା ମାଆ

ମାଗିଲେ ଦେବେ ନିମିଷକେ କ୍ଷମା ।

@Chikun panda


Rate this content
Log in

Similar oriya poem from Tragedy