ବୋଝ
ବୋଝ
ମୁଣ୍ଡାଇ ମୁଣ୍ଡାଇ ଥକି ଗଲା ସିନା
ଭାବେନି ବୋଝଟି ସିଏ
କୋମଳ କଳିଠୁ ସମ୍ଭାଳିଲା ସିଏ
କୁଳରେ ଲାଗିବା ଯାଏଁ।।
ସଂସାର ପାହାଡ଼ ଉଠାଇଲା ସିଏ
ଅଳି ଅର୍ଦ୍ଦଳି ସହିତ
ନିଜେ ସହି ଯାଏ କ୍ଷୁଧା ଓ ତୃଷା କୁ
ପୁରାଇ ସଭିଙ୍କ ପେଟ।।।
କେବେ ନ ଝରାଏ ଆଖି ରୁ ତାହାର
ଉଷ୍ଣ ଲୁହ ଦୁଇ ଧାର
ସବୁ କୁ ଭାବେ ସେ ଆପଣା କର୍ତ୍ତବ୍ୟ
ସେ ହିଁ ଜନକ ଆମର।।
ଲଦି ଲଦି ସିଏ ପାହାଡ଼ ପିଠି ରେ
ଆଜି ସେ ହୋଇଛି ବୋଝ
ବୟସ ର ଅପରାହ୍ନ ଆସେ ଯେବେ
କାହା କାନ୍ଧେ ଭରା ଦେବ?
ସନ୍ତାନ ସନ୍ତତି ଆଡ କରିଦେଲେ
ଖୋଜିଲେ ଅନାଥ ଶ୍ରମ
କିଏ ସମ୍ଭାଳିବେ ଏ ବୃଦ୍ଧ ବୋଝ କୁ
ଭୁଲି ଗଲେ ପିତୃ ଋଣ ।