STORYMIRROR

Panchanan Jena

Fantasy

4  

Panchanan Jena

Fantasy

ବୋଧେ ରୁଷିଛି

ବୋଧେ ରୁଷିଛି

1 min
10


କୁଣ୍ଡା ଝଡ଼ା ତ ହେଉଛି

କିଛି ନାହିଁ କେଉଁଆଡ଼େ

ହଠାତ୍ କଳାହାଣ୍ଡିଆ ଉଠିଆସୁଛି

ଘଡ଼ଘଡ଼ି ଚଡଚଡି ଚକ୍ ଚକ୍ ଭୀତି ଆଣୁଛି

ଉଳଚାଗତିଆ କେଇ ଝପା ବର୍ଷି ଯାଉଛି

ବଡ଼କ ପଡୁଛି କାଳବୈଶାଖି ହସୁଛି

ଖୋଜୁଥିବା ରିମ୍ ଝିମ୍ ଶ୍ରାବଣ ମହ୍ଲାର 

ବୋଧେ ୠଷିଛି


ଛୋଟ ପରିବାର ସୁଖି ପରିବାର

କାନ୍ଥରେ ଲେଖା ପଢୁଛି

ଜଣେ କି ଦି ଜଣ ପିଲାଙ୍କୁ ନେଇ

ଛୋଟ ସଂସାରଟେ ମୁଣ୍ଡ ଟେକିଛି

ବର୍ଷେ ଦୁଇ ବର୍ଷ ନ ପୁରୁଣୁ

ପାଠପଢ଼ାର ବୋଝ ଲହୁଛି

ମାତୃଭାଷା ଛାଡି ଇଂରାଜି ରାଇମସ୍‌

ମୁଖସ୍ଥ କରୁଛି

ମୋବାଇଲ୍‌ ନ ହେଲେ ଖାଦ୍ୟ ପାଟିରେ ପଶୁନି

ବାନ୍ତି ଆସୁଛି

ଅଗଣା କାହିଁ ଖେଳିବ ପୁଅଟେ

ପଡ଼ିଆ କାହିଁ ଦୌଡିବ ଝିଅଟେ

ଖୋଜୁଥିବା ରୋମାଞ୍ଚମୟ ପିଲାଦିନ

ବୋଧେ ୠଷିଛି


ଘର ପରିବାର ଭିତରେ ସମସ୍ତେ ଆପଣାର

ଲାଗନ୍ତି କେତେ ନିଜର 

ରକ୍ତରେ ବନ୍ଧା ପରା ଜୀବନ ଡୋର

ବନ୍ଧୁ ସଂପର୍କୀୟ ମାନେ ଆସିଲେ

ପର୍ବ ପରି ଲାଗେ ଦିବସ ସାର

ସବୁ ଥାଇ ବି କଜିଆ ଖଳ ଚୁଗୁଲି

କରୁଛି ଆପଣାର ଲୋକେ

ହସି ହସି ପେଞ୍ଚ ମୋଡୁଥିବ ପୁଣି

ଉତ୍ସବ ମନଉଥିବ ଉପାସେ ଭୋକେ

ଖୋଜୁଥିବା ସୁନେଲି ରୁପେଲି ଆପଣାପଣ

ବୋଧେ ୠଷିଛି

ଏଇ ଆମ ସୁନା ସଂସାର ବୋଧେ

ଲାଜରେ ପରଦା ପଛରେ ଲୁଚିଛି ।।


Rate this content
Log in

Similar oriya poem from Fantasy