STORYMIRROR

Chittaranjan Nanda

Action Inspirational Others

3  

Chittaranjan Nanda

Action Inspirational Others

ବଞ୍ଚିବା ଅଧିକାର ହାସଲ

ବଞ୍ଚିବା ଅଧିକାର ହାସଲ

1 min
171


ସଂସାର ରଙ୍ଗମଞ୍ଚେ ଅଭିନୟ କରେ 

ହୋଇ ଅଭିନେତା

ଜୀବନ ନାଟକେ ବଞ୍ଚିବାକୁ ସଂଗ୍ରାମେ

ପାଇଛି ବହୁ ବ୍ୟଥା।


ସତ୍ୟ, ନ୍ୟାୟ, ଧର୍ମ ପଥେ ଚଳିବାକୁ

ରଖି ଚାଲିଛି ଜୀବନ

ନାହି ମନେ ମୋର ଇଛା ସତେ କି

କେବେ ପାଇବି ପୂଣ୍ୟ ।


କିନ୍ତୁ ମନେ ଭାବେ ସବୁବେଳେ ମୋର

ଅଶାନ୍ତ ନହେଉ ମନ

ଛୁଆ ଦିନୁ ମଣିଷର ଦୁଃଖ ଦେଖିଲେ 

ରହେ ଅଶାନ୍ତ ମୋ ମନ ।


ଛୁଆ ଦିନେ, ଅନ୍ୟାୟର ମୁଁ ପ୍ରତିବାଦ ତ

ପାରୁ ନ ଥିଲି କରି 

ଶୋଷଣ ବିହୀନ ନୁଆ ଦୁନିଆର ସ୍ୱପ୍ନରେ

ରହୁଥଲି ବୁଡି କରି ।


କେହି କହିପାର ତାହା ଥିଲା ମୋର ଅଳୀକ 

ଅସମ୍ଭବ ଭ୍ରାନ୍ତ ସପନ

କିନ୍ତୁ ମାର୍କସବାଦ ଅଧ୍ୟୟନ ପରେ ସେହି ସ୍ମୃତି

ନୁହଁ କାହାଣୀ ଅବା ମିଛ ସପନ ।


ମାର୍କସବାଦ ନିଷ୍ପେସିତ ଶୋଷିତ ଦଳିତ ଜନତା 

ଶୁଷ୍କ ଅଧରରେ ଆଣିଲା ହସ

ଫୁଟାଇଲେ ଶୋଷିତ ଦଳିତ ଜନତା ମନ ମଧ୍ୟେ

ଜଗାଇଲେ ଅସୀମ ସାହାସ ।


ଧୃବ ସତ୍ୟ ଏହା ଧନ ଯୌବନ ଗରବ ହୁଏ ଦିନ

କେଇଟାରେ ଶେଷ

ଧନ ଯୌବନ ଗରବ, ବିବେକ ଜ୍ଞାନ ଅଭାବେ 

କରି ଦିଏ ମଣିଷତ୍ବ ନାଶ ।


ଧନ ଯୌବନ ଗରବ ବଳରେ ପୁଂଜିପତି ସମାଜେ

କରେ ଶୋଷଣ ଅତ୍ୟାଚାର

ଡାକରା ହେଲା ହେ ଦୁନିଆର ଶ୍ରମଜୀବି ଜନତା 

ଯେତେ ସବୁ ହୁଅ ଏକାକାର ।


ମାନବ ଜନମ ନୁହଁଇ ମାନବର ଅନ୍ୟାୟ ଶୋଷଣ

ଅତ୍ୟାଚାରକୁ ସହିବା ପାଇଁ

ମାନବର ଧର୍ମ ମାନଵିକତାକୁ ବଜାୟ ରଖି ବଞ୍ଚିବାର

ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ।

 

ଅର୍ଥନୈତିକ ପରାଧୀନତାର ସମସ୍ତ ବନ୍ଧନ ଭାଙ୍ଗି

ହେ ଦୁନିଆର ଶ୍ରମିକ ହୁଅ ସ୍ୱାଧୀନ

ଖାଦ୍ୟ, ବସ୍ତ୍ର, ବାସ ଗୃହ, ସ୍ୱାଧୀନ ବଞ୍ଚିବା ଅଧିକାର 

ହାସଲ ପାଇଁ କର ଅଂଶ ଗ୍ରହଣ ।



Rate this content
Log in

Similar oriya poem from Action