ବନ୍ଧ୍ୟା ନାରୀ
ବନ୍ଧ୍ୟା ନାରୀ
ଅନ୍ୟର ସନ୍ତାନକୁ ଦେଖି
ଖୁବ୍ କରେ ଆପଣାର
ତଥାପି ତ ଏ ସମାଜ
ତାକୁ କରେ ଛି ଛାକର।
ତା ଉଦରରେ ପୁଅ କି ଝିଅ
ରହିନାହିଁ ବୋଲି
ଆଜି ସମାଜର ବଏରୀ
ସେ ତ ବନ୍ଧ୍ୟା ନାରୀ।
ସବୁ କଷ୍ଟକୁ ସହି ନିଏ
ମଥା ପାତି କରି
ଶାଶୁ ନଣନ୍ଦ ର ଗଞ୍ଜଣା ତକ
ସହି ନିଏ ବୋଲି ସେ ବନ୍ଧ୍ୟା ନାରୀ।
ତାର କ'ଣ ଏକା ଭୂଲ୍
ସେ ଜାଣିପାରେନି ବୋଲି
ଅସହ୍ୟ ଦୁଃଖକୁ ବରଣ କରି
ବୋଳାଏ ବନ୍ଧ୍ୟା ନାରୀ।
ବାପ ଘରେ କଟୁଥିଲା ତାର
ସ୍ୱର୍ଗ ର ଅପସରି ପରି
ସୁଖର ସଂସାର କରିବା ନିମିତ୍ତ
ଆଜି ବୋଲାଏ ବନ୍ଧ୍ୟା ନାରୀ।
ସମ ତାଳେ ସମାଜରେ
ଆଜି ସେ ପାରେନି ଚାଳି
ଦୁଃଖ ତାର ଚିର ସହଚରୀ
ସେ ତ ବନ୍ଧ୍ୟା ନାରୀ ।