STORYMIRROR

SARADA NAYAK

Abstract Tragedy Others

2  

SARADA NAYAK

Abstract Tragedy Others

ବଳାତ୍କାର

ବଳାତ୍କାର

1 min
25

କିଏ ଏଠି ଦୋଷୀ,କାହାକୁ ବା ଫାଶୀ!

ପ୍ରମାଣ ଯେବେ ଲିଭିଯାଏ ଆଖିର ଲୁହରେ

କୋହ ଏଠି ଚାପି ରଖି ମୁଦେଇ ବି ଖୁସି

ଦାଗ ଦିଶେ ନାହିଁ,ଯା'ହେଇଥାଏ ତା'ହୃଦୟରେ।

ହୃଦୟ ନିରୀହ ଏଠି କାହାର ବା ପାଷାଣ

ପାଷାଣ ବି ପୂଜା ହୁଏ ଦେବା ଦେବୀ ଙ୍କ ମନ୍ଦିରେ

ହୃଦ ମନ୍ଦିରେ ଏ ଅପକର୍ମ ଦେଲା କି କଷଣ

ଲୁଚେଇବାକୁ ହେବ ଲୁହ ଯେତେ,ଅଛି ଏ ଆଖିରେ।

ପ୍ରଶ୍ନ ମୋର ମନେ ଯେତେ ଉତ୍ତର ଅଛି ତା ପାଖେ

ଜାଣି ନାହିଁ ଶାସ୍ତି ଏ ମୋ ପାଇଁ କେଉଁ ଅଭିମାନର

ହୁଏ ଯେବେ ଠିଆ ମୁଁ ଆଇନା ପାଖେ ସେ ବି ହସେ

ଜାଣେ ମୁଁ ହୃଦୟ ମୋର ଆଜି ହେଇଛି ବଳାତ୍କାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract