ବିଷମୟ ପ୍ରିତୀ
ବିଷମୟ ପ୍ରିତୀ


ଫଗୁଣର ଫୁଲ ଗାଇଲାନି ଗୀତ
ଛବିପରେ ନାଚେ ସ୍ମୃତି
ପାଖୁଡାଏ ପଦ୍ୟ ପାଇବା ପାଇଁକି
ନିଦହୀନେ ପାହେ ରାତି ।
ପାଶ୍ଚାତ୍ୟ ପାହୁଣ୍ଡେ ହଜିଲାକି ଚୈତ !
ନାଇଁ ସଂସ୍କୃତି ପସରା
ଗୋଖର ଗରଳ ପରାୟେ ଗରମ
ଢାଳେ କିଏ ଗରା ଗରା ।
ଖରାକୁ ଖତେଇ ହୁଏ କୃଷ୍ଣଚୂଡା
ବେଖାତିରୀ କରି ତାତି
ରସିକ ପଣଟା ହୃଦୟେ ରହିଛି
 
; ବିଷମୟ କିନ୍ତୁ ପ୍ରୀତି ।
ପରସ୍ତ ପରସ୍ତ ପ୍ରସ୍ତୁତିର ପର୍ବ
ସତେକି ଗଲାଣି ସରି
ପଣା ସଙ୍କରାନ୍ତି ଅକ୍ଷୀତୃତୀୟାକୁ
ଓଡିଆ ପାରୁନି ବାରି ।
କାଳ ବଇଶାଖି ପରାୟେ ଦୁର୍ଦ୍ଦିନ
ସତେକି ଆସିଛି ମାଡି
ସରସୀର ଜଳୁ ହଜିଲାଣି ଧିରେ
କଇଁ ପଦୁଅଁର କଢି ।
ସମୟ ଚକ୍ରକୁ ଧରି
ଗ୍ରୀଷମ ତା'ବାଟେ ବାଟ ଭାଙ୍ଗିଯିବ
ବରଷା ଆସିବ ଝରି ।.