Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nalini Subudhi

Action

4  

Nalini Subudhi

Action

ବିଶ୍ବ ପିତାମାତା ଦିବସ

ବିଶ୍ବ ପିତାମାତା ଦିବସ

1 min
381



ପିତାମାତା ଆମ ଚଳନ୍ତି ପ୍ରତିମା

ଇଶ୍ବରଙ୍କ ପ୍ରତିମୁର୍ତ୍ତି । 

ତାଙ୍କୁ ସେବା କଲେ ଇହକାଳ ପାଇଁ

ପାଇଯିବ ଗତିମୁକ୍ତି । 


ଧନ୍ଯ ସେ ସନ୍ତାନ ପିତା ମାତା ଋଣ

କିଞ୍ଚିତ୍ ପାରିଲେ ସୁଝି । 

ନରଜନ୍ମ ତାର ସାର୍ଥକତା ପାଏ

ସ୍ବର୍ଗାଲୋକ ହୁଏ ପ୍ରାପ୍ତି ।

 

ସାତଜନ୍ମ ପାଇଁ ଋଣଗ୍ରସ୍ତ ହୁଏ

ପିତୃଦ୍ରୋହି ମାତୃଦ୍ରୋହି । 

କୂଳର କଳଙ୍କ ହୁଏ ଅବିବେକ

କୀଟ ଯୋନି ଭ୍ରମୁଥାଇ  । 


ସୁପୁତ୍ର ପାଇଁକି ବୈକୁଣ୍ଠେ ଆସ୍ଥାନ

ପରମ ଗତି ଲଭେ ଜୀବ  । 

ଏତିକି ମାଗୁଣି ଆହେ ସୁଧିଜନ

ପାରିହେବ ଦୁଃଖ ଭବ । 


ବୃଦ୍ଧ ପିତା ମାତା ନପଠାଅ ବାବୁ

ଶେଷ କାଳେ ଜରାଶ୍ରମେ  । 

ତତଲା ଲୁହରେ ଅଭିଶାପ ଅଛି

ଜଳିପୋଡି ଯିବା ଆମେ । 



Rate this content
Log in

Similar oriya poem from Action