STORYMIRROR

BULU BEHERA

Romance Tragedy Action

3  

BULU BEHERA

Romance Tragedy Action

ଧୋକାଦିଆ ପ୍ରେମିକା

ଧୋକାଦିଆ ପ୍ରେମିକା

1 min
247

ତୁମେ ମୋ ମନର  ମାନସୀ


ତୁମେ ମୋ ପ୍ରେମ  ତୁଳସୀ


ମୋ ହୃଦୟ  ମନ୍ଦିରରେ


ତୁମେ ପରା  ଦେବୀ


ତୁମ  ପ୍ରେମ ଲାଗେ ମୋତେ


ଝରା  ଶେଫାଳୀ  ପରି 


ତୁମ ପ୍ରେମର ବୋଧେ


ମାପକାଠି  ଜମାରୁ  ନାହିଁ


ଇଛା ହେଲେ ଚିଠି ଦେଉଛ  ତ'


ନ ହେଲେ ମୋଟେ ଦେଉ ନାହିଁ


ତୁମ  ସହ  ଦେଖା  କରିବାକୁ


କହିଲେ  କହୁଛ  ତୁମେ


"ଆଇ  ଅମ ଭେରୀ ସରି"


ପ୍ରେମ  ପାଇଁ ମୋ ପାଖରେ


ଟିକିଏ  ବି ସମୟ  ନାହିଁ


ମୁଁ ବହୁତ  ବ୍ୟସ୍ତ   ରହୁଛି


ମୋବାଇଲରେ କଲ  କଲେ


ସୁଇଚ ଅଫ  କରି  ଦେଉଛ


ଏସବୁ  ତୁମର  ପ୍ରେମ କରିବାର


ବାହାନା ନା'  ପ୍ରେମର ନୂଆଁ ତରିକା


ମୁଁ  ଜମାରୁ  ହେଲେ ବୁଝିପାରୁନି


ନା ' ଆଉ  କାହା ପ୍ରେମରେ ପଡି


ମୋତେ କଣ୍ଢେଇ  ସଜେଇ  


ମାଙ୍କଡ଼ ନାଚ କରି ମଜା ନେଉଛ


ମୋତେ ତୁମେ ଖୋଲି  କରି  କୁହ


ତୁମେ ପ୍ରେମ କର  ବା  ନ' କର


କିନ୍ତୁ ଏସବୁ  ପ୍ରହସନ  ବନ୍ଦ କର


ମୋତେ ତୁମ  ପରି  କେତେ


ଝିଅ  ମିଳିବେ ପ୍ରେମ କରିବାକୁ 


କିନ୍ତୁ ତୁମ  ପରି  ଧୋକାଦିଆ


ମିଛ  କୁହା,  ଅବିଶ୍ୱାସୀ ପ୍ରେମିକା


ବୋଧେ   ଏହି  ସଂସାରରେ


କେବେ କାହାକୁ ନ  ମିଳୁ l


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance