Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pawan Rajput

Tragedy Action Inspirational

3  

pawan Rajput

Tragedy Action Inspirational

ଚକୁଳିଆ ପଣ୍ଡା ର କରୋନା ବାଣୀ

ଚକୁଳିଆ ପଣ୍ଡା ର କରୋନା ବାଣୀ

1 min
643


ଶୁଣ ଭାଇ ଶୁଣ ମୋ

ଶୁଣ ରେ ଭଉଣୀ

ତୁମକୁ କହୁଛି ମୁଁ

କରୋନା କାହାଣୀ ।


ଚାଇନା ରୁ ଆସିଅଛି 

ଏହି ଭାଇରସ

ମାଡ଼ିଲାଣି ପୃଥିବୀର 

ତିନି ଭାଗ ଦେଶ ।


ଛୁଇଁ ଦେଲେ କାଶୀ ଦେଲେ

ଡେଉଁଛି ଏ ରୋଗ

ଘରେ ରୁହ ସୁଧି ଜନେ

ବେଳ ଅଛି ଜାଗ ।


ଡାକ୍ତର ବି ଚିହ୍ନୁ ନାହିଁ

ଚିହ୍ନୁ ନି ବଇଦ

ବାହାରକୁ ଗଲେ ବାବୁ 

ଜଗୀଛି ବିପଦ ।


ମୁଁହ ଟିକୁ ସବୁବେଳେ 

ମାସ୍କ ରେ ଘୋଡ଼ିବ

ବାହାରକୁ ଗଲେ ଭଲେ

ହାତକୁ ଧୋଇବ ।


ଥଣ୍ଡା କାଶ ଜର ହେଲେ

ହସ୍ପିଟାଲ ଯିବ

ଡାକ୍ତର ଦେଖାଇ 

କୋଭିଡ ପରୀକ୍ଷା କରିବ ।


ଗରମ ପାଣି ଲୁଣ କୁ

କୁଳି ଯେ କରେ

ଭାଈରସ୍ ରୁହେ ନାହିଁ 

ତାଙ୍କରି କଣ୍ଠରେ ।


ଭାଇରସ କଣ୍ଠରେ ତ 

ଚାରିଦିନ ରୁହେ

ଚାରିଦିନ ପରେ ସେତ

ଫୁସଫୁସ୍ କୁ ଯାଏ ।


ପ୍ରତି ଖାଇବାରେ ନୀତି 

ଖାଅ ଯେ ରସୁଣ

ଘରେ ରହି କରି ସଭି

କୋଭିଡ୍ କୁ ଜୀଣ ।


ପ୍ରକୃତି ର ଖେଳ ଇଏ

ପ୍ରକୃତି ଖେଳୁଛି

ତା ପାଖରେ ତୁଚ୍ଛ ସବୁ 

ଦୁନିଆ ଜାଣିଛି ।


ପ୍ରଭୁଙ୍କର ନାମ ନିଅ 

ପ୍ରଭୁ ହିଁ ରଖିବେ

ଗଢିଛି ନିଜେ ସେ ତ

ନିଜେ ହିଁ ଭାଙ୍ଗିବେ ।



Rate this content
Log in

Similar oriya poem from Tragedy