Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Abstract

5.0  

Sadananda Sahoo

Abstract

ବିଶ୍ଵାସର କଥା

ବିଶ୍ଵାସର କଥା

1 min
347



ବିଶ୍ଵାସ ବିଭାସ ସତ୍ୟର ଆଧାର 

     ମାର୍ମିକ ଧାର୍ମିକ ଉକ୍ତି , 

 ଶୁଦ୍ଧଆତ୍ମା ମନ ବିଶ୍ଵାସ ପୋଷଣ 

    ଅଜାଡଇ ଶ୍ରଦ୍ଧା ଭକ୍ତି ! ! 


ତୃତୀୟ ପୁରୁଷ ଢାଳଇ  ଗରଳ 

     ପ୍ରଚ୍ଛଦ ପଟରେ ରହି , 

ଟଳମଳ ହୁଏ  ବିଶ୍ଵାସର ଘର 

     କେହିତ ବୁଝନ୍ତି ନାହିଁ ! ! 


ଉଦ୍ଭାସିତ ହେଵ ସତ୍ୟତା ବିଭବ 

      ରଖିଛି ମୁଁ ଦୃଢ ଆଶା , 

ବିଶ୍ଵାସରେ ବିଷ କିଏ ମିଶାଇଲା 

      ମୁଁ'ହେଲି ଲୋକ ହସା ! !


ବିଶ୍ଵାସର କଥା ମନେ ଦିଏ ବ୍ୟଥା 

     ଆନ୍ଦୋଳିତ ମନପ୍ରାଣ , 

ସମୟ କହିବ ଦୋଷିକି ନିର୍ଦୋଷ 

      ସୁପ୍ତେଅଛି ସତ୍ୟ ଭୃଣ ! ! 


 କାଉଖାଏ ବେଲ ବଗମୁଣ୍ଡେ ଅଠା 

     ଏକଥା ଶାସ୍ତ୍ରରେ ଲେଖା , 

ତର୍ଜମା କରିବ  ଆହେ ମହାଭାଗ 

      ପାଇଲି ମୁଁ ବଡ଼ ଶିକ୍ଷା ! ! 


 ନଜାଣିବି ଦୋଷି ଚକ୍ରବ୍ରୁହ୍ଯେ ଫସି 

     ନଥିଲି ମୁଁ  ଉପସ୍ଥିତ , 

କାଣ୍ଡ ଭିଆଇଲେ ମୋ'ନାମ ଗାଇଲେ  

    ଧର୍ମ ଅଛି ସାକ୍ଷି ସତ ! ! 


ବିସ୍ତୃତ ଭାବରେ କହିବି ମୁଁ ବାରେ 

     ଘଟଣାର  ପୁର୍ଣ୍ଣତଥ୍ୟ , 

ଶୁଣିଲେ ଜାଣିବେ ତାରିଖ ସମୟ 

     ତଦନ୍ତ ହେବନି ବ୍ୟର୍ଥ ! ! 


ଗଭୀର ସମ୍ମାନ ଅଛି ମୋର ଜାଣ 

      ବିଶ୍ଵାସ କର' ବା ନାଇଁ , 

ତବ ସମ୍ମାନକୁ ରଖିବି ବଜାୟ 

     ହୃଦୟରୁ ଦେଲି କହି ! ! 


ତବ ପ୍ରତି ଭକ୍ତି  ଅତୁଟ ରହିଛି 

    ଆଜିବି ମନରେ ମୋର , 

ବିଶ୍ଵାସରେ ବିଷ ମୁଁ ଦେଇ ନାଇଁ 

    ପୁନଃ ତର୍ଜମା କର ! ! 


କବିତା ମାଧ୍ୟମେ ବଖାଣି ହେବନି 

      ଘଟଣାର  ଗୃଢତତ୍ତ୍ଵ , 

ଏକାନ୍ତରେ ମୁଁ'ଯେ କହିବି ନିଶ୍ଚୟ 

      ଉଦ୍ଭାସିତ ହେଵ ସତ୍ୟ ! ! 

      

ଆହେ ପ୍ରାଣବନ୍ତ ଯୋଗ୍ୟ ତମ ସୁତ 

     ସମ୍ମାନୀୟ ଅଧିକାରୀ , 

ହୃଦୟର ଭାଷା  କହୁଛି ସହସା  

       ଭୁଲ ବୁଝିବ ନାଇଁ  ! ! 


Rate this content
Log in

Similar oriya poem from Abstract