STORYMIRROR

Rojalin Mishra

Tragedy Inspirational

3  

Rojalin Mishra

Tragedy Inspirational

ବିଶ୍ୱ ସଚେତନ

ବିଶ୍ୱ ସଚେତନ

1 min
136

ପ୍ରକୃତି ର ଲୀଳା ବଡ଼ ବିଚିତ୍ର,

କ୍ଷଣ କ୍ଷଣକେ ଅସନ୍ତୁଲିିିତ ହୁଏ ବିିଶ୍ୱ ମାନଚିତ୍ର।।

ଶୁଣି ମହାମାରୀର କ୍ରୁରଧ୍ୱନି,

ଭୟରେ କମ୍ପି ଉଠେ ମେଦିନୀ।।

କେତେ ନିର୍ମମ ସେ କେତେ ଜଘନ୍ୟ

ହରି ନେଉଛି କେତେ ଯେ ଜୀବନ।।

ଅତି ସ୍ନେହଭରେ ଯା'କୁ କୋଳେ ପାଳୁଥିଲା,

ତା ବୀଭତ୍ସ କାୟା ପୁୁଣି ଧ୍ଵଂସ ଆରମ୍ଭିଲା।।

ଚତୁର୍ଦ୍ଦିଗେ ଶୁଭେ ଆକୁୁଳ କ୍ରନ୍ଦନ,

ଆଖି ପିିଛୁଲାକେେ ଭାଙ୍ଗିଯାାଏ ସ୍ୱପ୍ନ ସିଂହାସନ।।

ମନେ ଜଗେଇ ଜୀଇବାର ଦୁର୍ବାର ଅଭୀପ୍ସା,

ବିଶ୍ୱବାସୀଙ୍କୁ ଭେଟି ଦିଅନ୍ତି ବିଶ୍ୱାସ ଓ ଭରଷା।।

ଚିକିତ୍ସକ ନାମେ ଯେ 2ୟ ଭଗବାନ,

କରନ୍ତି ରୋଗୀଙ୍କ ଯନ୍ତ୍ରଣା ମୋଚନ।।

ସବୁୁଜ ଧ୍ୱଜା ଯେ ଧୈର୍ଯ୍ୟ ଓ ସାହସର ପ୍ରତୀକ,

ହଳଦିିିଆ ପତାକା ଯେ ସଙ୍ଗରୋଧ ଓ ନ୍ୟାୟର ରୂପରେଖ।।

ନାଲିରଙ୍ଗ କେତନ ଯେ ଦିଏ ବିପ୍ଳବ ଆହ୍ୱ।ନ,

ଏକତା ବଳେ ଭାଙ୍ଗିବାକୁ ହେବ ସବୁ ଶିିକୁଳିି ଲଗା ବନ୍ଧନ।।

ଏ ବିିଷମ ପରିସ୍ଥିତି ସୂୂୂଚାଏ ଆଜ

ବିଶ୍ୱ ପ୍ରେମର ଆଦର୍ଶ ଚିନ୍ତନ,

ଉତ୍ଥାନ୍-ପତନ ତାନରେ 

ସରଳ ହେବ ପୁଣି ଜାତୀୟ ଜୀବନ।।

ସୁରକ୍ଷ। ବଳୟ ଯେ ଆମରି ପ୍ରଦତ୍ତ,

ଫେରିିିଆସୁ ସବୁ ସୁଖଦ ମୁହୁର୍ତ୍ତ।।

ସଚେତନତାର ବାର୍ତ୍ତ।କୁୁ ନ କରି ଅଣଦେଖା,

ବିଶ୍ୱଦରବାରେ ଆଙ୍କିଦେବା ପୁୁଣିଥରେ 

ଚିରଭାସ୍ୱର ସ୍ୱପ୍ନରେଖା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy