STORYMIRROR

padmaja pati

Classics

4  

padmaja pati

Classics

ବିଶ୍ଵ ମାନବ

ବିଶ୍ଵ ମାନବ

1 min
302

ସୀମାହୀନ, ଦିଗନ୍ତ ବିସ୍ତାରୀ

ଆକାଶ ଆସେ ମୋ ଦୃଷ୍ଟି ପଥେ

ମହାଦେଶ, ମହାସାଗରର

ଚିତ୍ର ଯେତେ ନେଇ ତା'ର ସାଥେ ।


ସାଗରର ନୀଳମା ସହିତ

ଦେଖେ ବନ ସବୁଜ ପ୍ରାନ୍ତର

ମୋ ଦୃଷ୍ଟିର ଆଢ଼ୁଆଳୁ କିଛି

ଲୁଚିତ ନ ପାରଇ ଧରାର।


ଦେଖଇ ମୁଁ ପ୍ରାଚ୍ୟ ଓ ପାଶ୍ଚାତ୍ୟ

 ଯେତେ ଗ୍ରାମ, ବର୍ଣ୍ଣାଢ଼୍ୟ ସହର

କାରିଗରୀ ବିଦ୍ୟାରେ ସମୃଦ୍ଧ

ପ୍ରାଣକେନ୍ଦ୍ର ଭାଷା, ସଂସ୍କୃତିର।


ସ୍ବାର୍ଥ, ରକତପିପାସୁ

ଅତ୍ୟାଚାରୀ, ଶାସକ ଦାୟାଦ

ପରମାଣୁ ବୋମା ବର୍ଷାକାରୀ

ବ୍ୟୋମଯାନ ମନେ ଆଣେ ଖେଦ।


ନିମିଷକେ ଦେଖେ ଧ୍ଵଂସ ଲୀଳା

ଅତୀତର ଗୌରବ ହତ

ଅସୁମାରୀ ଆଶାର ସଉଧ

ଧରାଶାୟୀ ସ୍ବପ୍ନ ଇମାରତ୍।


ହଜିଯାଏ ପ୍ରାଣର ପ୍ରାଚୁର୍ଯ୍ୟ

ମାଧୁରିମା ସକଳ ଐଶ୍ୱର୍ଯ୍ୟ

ସବୁ ଦିଶେ ଧ୍ଵଂସ ସ୍ତୁପ ଭଳି

ଯେ ଥିଲା ସୁନ୍ଦର କାରୁକାର୍ଯ୍ୟ।


ମଣିଷର କୁକର୍ମ ସୁକର୍ମ

ପରଖିଛି ଅନ୍ତରେ ମୋହରି

ତଉଲିଛି ମନ ନିକିତିରେ

କୁକର୍ମ ତା ଜଣାପଡେ ଭାରି।


ପଶୁ ,ପକ୍ଷୀ ସକଳ ଜୀବର

ଅନ୍ତରାତ୍ମା ମୋ ଠାରୁ ପ୍ରକାଶ

ବିଶ୍ଵ ପ୍ରାଣ,ବିଶ୍ଵ ଚେତନା ଯେ

ସବୁ ଲାଗେ ମୋ ଦେହର ଅଂଶ।


ମଣିଷ କରେ ଯାହାକୁ ହତ୍ୟା

ତା' ଦୁଃଖ ବି ସହେ ଅବିରତ

କେତେ ପକ୍ଷୀ ମାନନ୍ତି ତା' ବୋଲ

ସେନେହରେ ନିତି ଖୁଆଏ ତ।


ଚିହ୍ନା କି ଅଚିହ୍ନା ଯେତେ ଜୀବ

 ଅନ୍ତରର ବ୍ୟଥା ସକଳର

ଶରାହତ କରେ କେବେ ମୋତେ

ସୃଷ୍ଟି କରି ଆଲୋଡନ ଘୋର।



କେବେ ପ୍ରାଣ ହୁଏ ଉଲ୍ଲସିତ

ଦେଖି ମଣିଷର ଦିବ୍ୟ କର୍ମ

ଅପକର୍ମ ପ୍ରଚଣ୍ଡ ଆଘାତେ

ଫୁଟେ ପୁଣି ରକତ କୁସୁମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics