ବିଶ୍ୱ କବି ରବିନ୍ଦ୍ର ନାଥ
ବିଶ୍ୱ କବି ରବିନ୍ଦ୍ର ନାଥ
ଗିତାଞ୍ଜଳି କାବ୍ୟର ସ୍ରଷ୍ଟା ହେ ବିଶ୍ୱ କବି
ସାରା ଭାରତରେ ତୁମେ ପୂଜ୍ୟ କି ରୂପେ କହିବି
ଧନ୍ୟ ତୁମ ପିତା ମାତା ତୁମକୁ ଜନ୍ମ ଦେଲେ
ତୁମ ପରି ସୁ ଯୋଗ୍ୟ ସନ୍ତାନ ପାଇ
ଭାରତ ମାତା ଧନ୍ୟ ହେଲେ
ପିଲା ଦିନୁ ଈଶ୍ୱର ପ୍ରେମୀ ତୁମେ ହୋଇ ଥିଲ
ଶାନ୍ତି ନିକେତନରେ ତୁମେ ନିବାସ କରି ଥିଲ
ତୁମେ ବାପୁଜୀଙ୍କୁ ମହାତ୍ମା କହି ସମ୍ବୋଧନ କରିଲ
ଗାନ୍ଧୀଜୀଙ୍କ ତୁମେ ପ୍ରିୟ ହୋଇ ଥିଲ
ଜନ ଗଣ ମନ ଗୀତ ରଚନା କରି
ଦେଶ ଭକ୍ତି ଆଣିଲ
ଆମ ଜାତୀୟ ସଂଗୀତକୁ ତୁମେ ଦେଶ ପାଇଁ ଦେଲ
ତୁମେ ନୋବେଲ ପୁରସ୍କାର ପାଇ ସାରା ବିଶ୍ୱରେ ପରିଚିତ ହୋଇଲ
ବଙ୍ଗଳା ଓ ହିନ୍ଦୀ ସାହିତ୍ୟରେ କାଳଜୟୀ ସୃଷ୍ଟି ସର୍ଜନା କରିଲ
ତୁମରି ପାଦ ପଦ୍ମେ ଘେନ ଆମ କୋଟି ପ୍ରଣତୀ
ସାହିତ୍ୟରେ ଆଗକୁ ଯିବାକୁ ଦେଇ ଥାଅ ଶକତି ।
