Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DEEPALI JENA

Tragedy Others

4  

DEEPALI JENA

Tragedy Others

ବିରହୀ ପ୍ରେମିକା

ବିରହୀ ପ୍ରେମିକା

1 min
391


କେବେ ଥରେ ଆସି ଦେଖ ମତେ 

ଯୋଉଠି ତମେ ଛାଡିଥିଲ ସେଇଠି ଅଛି 

ଆଉ ଯାଇନି ଆଗକୁ 

କଣ ତୁମେ ଫେରିବ ଆକାଶକୁ ଛୁଇଁସାରିଲା ପରେ 

ନା ଆକାଶର ମେଘମାଳା ରେ ନିଜକୁ ବାନ୍ଧି ରଖିବ 

କହିଯାଅ ମତେ, ପ୍ରମାଣ ର ଗୋଟେ 

କାଗଜ ପୃଷ୍ଠା ଧରେଇ ଯାଅ ମୋ ହାତେ 

ତମେଚାଲିଗଲ ସୁଯୋଗ୍ୟ ପୁରୁଷ ହବାକୁ 

ମୁଁ ଯେ ଏଠି ବିକଳାଙ୍ଗ ତୁମବିନା 

ଥରେ ବି ଚାହିଁଲନି ପଛକୁ 

ପଡିରହିଛି ପାଷାଣି ଅହଲ୍ୟା ପରି 

ତୁମେ କଣ ଫେରିବ ମୁକ୍ତ କରିବାକୁ 

ଆଦର୍ଶ ପୁତ୍ର ଶ୍ରୀରାମ ଚନ୍ଦ୍ର ହେଇସାରିଲା ପରେ ,

ପ୍ରମାଣ ପାଇଁ ରଖିଯାଅ ତୁମ ହାତଲେଖା ଶିଳାଲେଖ

କେବେ କେବେ ଆଗକୁ ଗଲାପରେ ଚାହିଁବ ପଛକୁ 

ଦେଖିବ ପ୍ରେମର ମନ୍ଦିରରେ ମୁଁ ନିତି ଜାଗର ଜାଳୁଚି 

ଉପରକୁ ଚଢି ଥରେ ଚାହିଁବ ତଳକୁ 

କେହିଜଣେ ତମେ ଫେରିବାର ବାଟ 

ଚାହିଁ ବସିଛି ।


Rate this content
Log in

Similar oriya poem from Tragedy