ବିରହୀ କପୋତୀ
ବିରହୀ କପୋତୀ
କେମିତି କହିବି ପ୍ରିୟ ଅନ୍ତର ବେଦନା
ତୁମ ବିନା ମୋ ମନର ବିରହ ଯାତନା ।
କୁଶ ପରି ତନୁ ମନ ହୋଇଲାଣି କ୍ଷୀଣ
କମ୍ପମାନ ହୁଏ ପ୍ରାଣ ବରଡା ସମାନ ।
ରୂପ ମାଧୁରୀ ଯେସନେ ଖଦ୍ୟୋତର କାନ୍ତି
ଲେଖିବାକୁ କରଶାଖ ମନେ ହୁଏ ଭୀତି ।
ଚିନ୍ତାନଳେ ଦଗ୍ଧୀଭୂତ ନିିିତି ପ୍ରତିଦିନ
ବାରମ୍ବାର ଉଙ୍କି ମାରେ ନୟନେ ଦୁଃସ୍ୱପ୍ନ ।
ବଦନରୁ ହସ ଲିିିଭି ଲେପିିିତ ବିଷାଦ
ଅହରହ ଅଶ୍ରୁ ପିଇ ହୃଦେ ଭରେ ଖେଦ ।
ପରାଣେ ଖୋଦିତ ଯେହ୍ନେ ତୁୁମ ପ୍ରତି ଛବି
ଲେଖନୀ ଧରିିିଛ ଆଜି ତୁମ କଥା ଭାବି ।
ତୁମେ ମୋର ସୁୁଖ ଶାନ୍ତି ତୁମେ ମୋର ସାଥୀ
ଜୀବନ ଚାଳନା ରଥେ ତୁମେ ଯେ ସାରଥୀ ।
ଅତୀତର କେତେ ସ୍ମୃତି ମାନସେ ଲିିିିଖିତ
ସେ ସବୁକୁ ଏ ପୃଷ୍ଠାରେ କରିଲି ଉଦ୍ଧୃତ ।
ମିଠା ତୁମ ବାର୍ତ୍ତାଳାପ ମନରେ ସାଇତା
ତୁମ ବିନା ସାଥୀ ଆଜି ଲାଗେ ବିଷ ପିତା ।
ହୃଦୟ ଚଟାଣପରେ ଅଢେଇ ଅକ୍ଷର
ପ୍ରେମ ବୋଲି ଲେଖିଲି ମୁଁ ଭରି ନେତ୍ର ନୀର ।
ବେଥିତ ବିଛେଦ ମନ ବଲ୍ଲରୀ ସମାନ
ଏ କଥା ବୁଝିବ ପ୍ରିୟ କରି ଅନୁୁଧ୍ୟାନ ।