ବିରହ ଯାତନା
ବିରହ ଯାତନା
ଝି:- ତୁମେ ମୋର ପ୍ରିୟ ଆହେ ପ୍ରିୟତମ
ଗଲଣିକି ମୋତେ ଭୂଲି
କେବେ ଥରେ ଆସ ରାଇଜକୁ ମୋର
ପ୍ରେମ ଟିକେ ଲୋଡେ ଖାଲି ।
ଫଗୁଣ ଥାଇବି ଦୁନିଆଁ ମୋ ଫିକା
ତୁମ ପ୍ରେମ ରଙ୍ଗ ବିନା
ଜିଇଁବା ମରିବା ସବୁ ମୋ ସମାନ
ନକର ପ୍ରିୟ ବାହାନା ।
ପୁ:- ବାହାନା କିପରି କରିବି ଗୋ ସକ୍ଷୀ
ବିହୁନେ ହେଉଛି ଝୁରି
ପ୍ରାଣପ୍ରିୟା ପାଖେ ପ୍ରାଣ ମୋର ବନ୍ଦା
ତୁମେ ମୋ ମନ ପଞ୍ଜୁରୀ ।
ସ୍ମରଣରେ ଉଙ୍କି ମାରେ ତୁମ ମୁହଁ
ଆଖି ଆଗେ ଦିସେ ମୁହଁ
ଧାରେ ଧାରେ ଲୁହ ଲହୁ ହୋଇ ବହେ
ଛାତିର ବିଷର୍ଣ୍ଣ କୋହ ।
ଝି:- ବିଷର୍ଣ୍ଣ କୋହରେ ବିଭଚ୍ଚ୍ଥ ଏ ମନ
ବର୍ଣ୍ଣନା ମୋ ଶବ୍ଦ ଶୂନ୍ଯ
ଅଗ୍ନିଶିଖା ହୋଇ ତିଳ ତିଳ ଜଳେ
ହରାଇ ମୋ ସ୍ବାଭିମାନ ।
ଯବନିକା ଏବେ ପ୍ରୀତି ପୁଷ୍ପଗୁଚ୍ଚ୍ଥ
ଅମଡା ମୋଡରେ ପ୍ରାଣ
ଅଧୋମୁଖ ହୋଇ ବାଟ ମୁଁ ଚାଲୁଛି
ବିଦ୍ରୋହେ ଛାଡେ ପରାଣ ।
ପୁ:- ଏଠିବି ବିଦ୍ରୋହ ନିଜ ସାଥେ ନିଜେ
ହୁତାଶନେ ଜଳେ ମନ
ପ୍ରତି ମୂହୁର୍ତ୍ତରେ ତୁମ କଥା ଭାଳେ
ବିଡମ୍ବନା ବ୍ଯବଧାନ ।
ଜନ୍ତ୍ରଣା ଜ୍ବାଳାରେ ଜରଯରିତ ପ୍ରାଣ
ଯବନିକା ନାଟକରେ
ହେ ପ୍ରିୟ ସଜନୀ ଆସ୍ଥା ମୋ ଭାଙ୍ଗନି
ନିଶ୍ଚେ ମୁଁ ଫେରିବି ବାରେ ।

