STORYMIRROR

Anam Charan Sahoo

Action

3  

Anam Charan Sahoo

Action

ବିପରୀତ ଫଳ

ବିପରୀତ ଫଳ

1 min
11.8K


ପ୍ରେମେ ଆଲିଙ୍ଗନ ନିୟତିକୁ ଜାଣ ନକର କେବେ ବାରଣ

ଯନ୍ତୁପତି ଫାଶ କରିବାକୁ ନାଶ ଗୋବିନ୍ଦ ପାଦେ ଶରଣ।

ନିଜ ଭବିଷ୍ୟତ ନିଜେ ଗଢିଅଛ ସର୍ବ ଶକ୍ତିମାନ ହୋଇ

କରମର ଫଳ ଅବଶ୍ୟ ଭୁଞ୍ଜିବ ପ୍ରତିବାଦୀ ନାହିଁ କେହି।

ପ୍ରଗତି ନାମରେ ଏ ଧରାଧାମରେ ଜଙ୍ଗଲକୁ କରି ନାଶ

କଳକାରଖାନା କରିଛେ ସ୍ଥାପନା ବିଳାସର ନିତ୍ୟ ଦାସ।

ଜଳ ପ୍ରଦୂଷଣ ରୋଗର କାରଣ ନ ଚିନ୍ତିଲେ ଏହି ମନେ

ବାୟୁ ପ୍ରଦୂଷଣ ଜୀବନ ହରଣ ନପଶିଲା ଆମ ଜ୍ଞାନେ।

ବନ୍ୟା, ବାତ୍ୟା,ମହା -ମାରୀ ସଂରଚନା ଅଟେ ଆମ କର୍ମ ଫଳ

ପ୍ରକୃତି ବାନ୍ଧବ ହେଲେ ବୈରୀ ଭାବ ବିନାଶେ ସାଜି ଅକାଳ।

ବୀଜ ଚାହିଁ ଫଳ ହୁଅଇ ଅମଳ ସତ୍ୟ ଏହି ଧରା ତଳେ ଧର୍ମଠାରୁ ଅହଂ ଯେବେ ବୃହତ୍ତର ବିପରୀତ ଫଳ ମିଳେ।


Rate this content
Log in

Similar oriya poem from Action