ବିନ୍ଧ୍ଯବାସିନୀ ମାଆ
ବିନ୍ଧ୍ଯବାସିନୀ ମାଆ
ଭାରତ ଦେବଭୂମି ଖ୍ଯାତ
ଉତ୍କଳେ ଯାଜନଗ୍ର ପୂତ ।।
ପ୍ରବହେ ନଦୀ ବୈତରଣୀ
ମୋକ୍ଷଦା ସୁତୀର୍ଥ ବାରୁଣୀ ।।
ପବିତ୍ର ଭୂମି ଯଜ୍ଞପୁର
ଲିଙ୍ଗ କୋଟିଏ ଯହିଁ ଠୁଳ ।।
ସତୀଙ୍କ ପଡି ନାଭିଦେଶ
ଜ୍ଯୋତି ଶକତି ସୁପ୍ରକାଶ ।।
ଜଗତ ଜନନୀ ଗିରିଜା
ଉଡାଉଛନ୍ତି ସିଂହଧ୍ବଜା ।।
ଦିବ୍ଯ ମୂରତି ଦୁଇ ଭୁଜା
ବିନ୍ଧ୍ଯବାସିନୀ ମା ବିରଜା ।।
ଶୋଭେ ମୁକୁଟେ ଅର୍ଦ୍ଧଚନ୍ଦ୍ର
ଲିଙ୍ଗ ସରପ ଗଣେଶ୍ଵର ।।
ସିଂହ ପୃଷ୍ଠରେ ଶୂଳହସ୍ତେ
ମର୍ଦ୍ଦନ୍ତି ଜନନୀ ମହିଷେ ।।
ଆକର୍ଷି ଦାନବର ପୁଚ୍ଛ
ବିରଜା ସଂହାରନ୍ତି ଦୁଷ୍ଟ ।।
ଜଗତ ଉଦ୍ଧାର ନିମନ୍ତେ
ବିଜେ ହୁଅ ମା ଧରାପୃଷ୍ଠେ ।।
