ବିମ୍ବିତ ଅନୁରାଗ
ବିମ୍ବିତ ଅନୁରାଗ
ଅନୁରାଗ ଜାଗେ,
ବ୍ୟତିକ୍ରମ ଲାଗେ,
ଅସ୍ତିତ୍ଵର ପରିଚୟ ହଜେ,
ବେପଥୁ ମନ ଆଶ୍ରୟ ଖୋଜେ |
ନିରୁଦବିଗ୍ନ ହେଉଥାଏ ସ୍ଥିତି,
ଆସ୍ଥା ରହେ ନାହିଁ ସ୍ଥିତାବସ୍ଥା ପ୍ରତି,
ଉଦାସ ଅପରାହ୍ନ ବା ସତେଜ ସକାଳ
ଅଳସୀ ରାତି ବା ଧୂ ଧୂ ଖରାବେଳ |
ସିକ୍ତ ମନରେ ଶିକାରୀ ମନର ଦୌରାତ୍ମ୍ୟ
ସମୟରେ ଆକସ୍ମିକତା ଓ ସଂଯୋଗର ଭ୍ରମ,
ଅଜଣା ଯେ ସାଜେ ଆଜି ଇପ୍ସିତତମ
ସମସ୍ୟା ଏ ସହଜ ବା ଜଟିଳ ବିଷମ |
ବିମ୍ବିତ ସେ, ଦୃ6ଶ୍ୟ ବା ଅଗୋଚରେ
ପ୍ରତିଫଳେ କାର୍ଯ୍ୟରେ-ଆଚାରରେ
ହିସାବ ତା' କିଏ ଯେ ପଚାରେ
ଏକୁ ଆରେକ ନିଜେ ସେ ବିଚାରେ |