Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Action

4  

Satyanarayan Sahoo

Abstract Action

ବିଜୟା ଦଶମୀ

ବିଜୟା ଦଶମୀ

1 min
251



ଆସିଛି ଆଶ୍ୱିନ ଶରଦ କାଳ

ଅବନୀ ର ଶୋଭା ବିଭା ବର୍ଣ୍ଣିଳ ।

ବସୁମତୀ ବେଶ କି ନିରିମଳ

କାଶ ଫୁଲ ହସ , ଦିଶେ ଧବଳ ।

ଚାରୁ ଚମତ୍କାର ବିଭା ଵିଭାବେ

ଫୁଲ ଫଳ ଶସ୍ୟ, ସର୍ବ ସମ୍ପଦେ ।

ପରିପୂର୍ଣ୍ଣ ଏବେ ପଲ୍ଲୀ ଜୀବନ

ଆସିଛି ଉତ୍ସବ ଜାତ ପାର୍ବଣ ।

ନବ ରାତ୍ରୀ ଦଶହରା ପାଳନ

ପାଇଁ ସର୍ବେ ଏବେ ଉତ୍ଫୁଲ ମନ ।

ଏଇ ଦିନ ରାମ ପୂଜି ଦୁର୍ଗାଙ୍କୁ

ଉଦ୍ଧାର କରିଲେ ମାତା ସୀତାଙ୍କୁ ।

ସୁପ୍ରସନ୍ନେ ଦେବୀ ଅର୍ପିଲେ ବର

ପ୍ରସନ୍ନ ହୋଇଲି ରାବଣ ମାର ।

ଯାତ୍ରା ମଉଛଵ ହୁଏ ଏ ଦିନ

ରାବଣ ନିର୍ମାଣ କରି ଦହନ ।

କରି ଥାନ୍ତି ନାନା ସ୍ଥାନ ରେ ଜନ

ମାତ ଦୁର୍ଗା ଙ୍କର ହୁଏ ପୂଜନ ।

ତ୍ରେତୟା ଯୁଗ ରୁ ଏ ଯାଏ ଚଳି

ଆସି ଅଛି ଏଇ ରାବଣ ପୋଡ଼ି ।

ସାଙ୍ଗକୁ ଦଶରା ଜାତ ପାର୍ବଣ

ଉତ୍ସବ ପାଳନ ଆନନ୍ଦ ମନ ।


Rate this content
Log in

Similar oriya poem from Abstract