STORYMIRROR

Satyanarayan Sahoo

Action Inspirational Children

3  

Satyanarayan Sahoo

Action Inspirational Children

ବିଜ୍ଞାନ ଭିତ୍ତିକ କାହାଣୀ

ବିଜ୍ଞାନ ଭିତ୍ତିକ କାହାଣୀ

1 min
182


 ବିଜ୍ଞାନ ଭିତ୍ତିକ ସାହିତ୍ୟ ଭାବ ରେ

 ଆଜି ସବୁଠି ଆଦୃତ

ହୋଇ ପାରି ଅଛି ସାହିତ୍ୟ ସଂସ୍କୃତି

ନବୀନ ଚେତନା ସ୍ରୋତ ।

 ଧାରେ ଆଲୋକିତ କରି ଅବିରତ

କରୁ ଅଛି ଅଗ୍ର ଗତି 

ତାହାରି ହେତୁ ରୁ ବହୁ ଆବିଷ୍କାର

ଉଦ୍ଭାବନ ହୁଏ ନିତି ।

ସେହି ହିଁ ଦିଅଇ ପ୍ରେରଣା ସାହସ

ବୈଜ୍ଞାନିକ ବୈଷୟିକ

 କୌଶଳ ସମ୍ଭାର  କରି ଆବିଷ୍କାର 

ଗବେଷଣା ସହାୟକ ।

ହୋଇବା ପାଇଁ କି ଚେଷ୍ଟା ଜାରି ରଖି

କମ୍ପ୍ୟୁଟର ପ୍ରଣାଳୀ ରେ 

ଅଭିନବ ବିଭା ଅନନ୍ତ ପ୍ରତିଭା 

ପରିସ୍ଫୁଟନ କ୍ଷେତ୍ର ରେ  । 

 ବଢ଼ି ବଢି ଚାଲେ ତୀବ୍ର ତର କରେ

ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା

ବୁଦ୍ଧି ସିଦ୍ଧି ଜ୍ଞାନ କୌଶଳ ଶିକ୍ଷଣ

କ୍ଷେତ୍ର ରେ କରେ ସୁବିଧା  ।

ଗଲ୍ପ ଆକାର ରେ ସାଧାରଣ ଲୋକ

ବୁଝି ପାରିବା ଶୈଳୀ ରେ

ପରି ବେଷଣ ରେ ଜନ ମନ ମୋହେ

ଦିବ୍ୟ ଚେତନା ସଂଚାରେ  ।


ନବ ନବ ଆଶା ଜାଗୃତି ପିପାସା

 ଘେନିଣ   ନିର୍ମିତ ହୁଏ

ଦିଏ ନିତ୍ୟେ ଶିକ୍ଷା , ସ୍ବାସ୍ଥ୍ୟ , କଳା ଜ୍ଞାନ

ନବ ଦିଗନ୍ତ ଦେଖାଏ ।


କାହାଣୀ ର ମନ ହାରିତା ରେ ଏହା

ଜନ ମନ ପ୍ରାଣ ମୋହେ

ନୀତି ଉପଦେଶ ବିଜ୍ଞାନ ର ତଥ୍ୟ

ଘେନି ତା' ର  ଅଙ୍ଗ ଶୋହେ ।

ବିଜ୍ଞାନ ଭିତ୍ତିକ କାହାଣୀ କବିତା

 ରଚନା ଓ ଅନୁବାଦ

 ତତ୍ତ୍ୱ ଓ ତଥ୍ଯ ରେ ଭରା ତାହା ନିତି

ଆଲୋଚନା କି ! ବିଷଦ !



Rate this content
Log in

Similar oriya poem from Action