STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Tragedy

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Tragedy

ବିଜନତା

ବିଜନତା

1 min
196

           


    


ସମାଜେ ମାନବ    କରେ ବସବାସ 

    ଆତ୍ମୀୟଜନଙ୍କ ସାଥେ,

ପରିବାର ଗଢି     ତା' ଉନ୍ନତି କଳ୍ପେ 

     ଚାଲେ ସାଧନାର ପଥେ। 


ପରସ୍ପର ମଧ୍ୟେ      ରଖି ସଦଭାବ

     ମମତାରେ ହୁଏ ବନ୍ଧା, 

ସବୁରି ଲାଗି ସେ     ଥାଏ ତତପର 

     ପ୍ରାଣେ ପ୍ରାଣ କରି ଛନ୍ଦା।


ଦୂରେ ଚାଲି ଗଲେ ଏକା ହୋଇ କେହି 

      ଗ୍ରାସ କରେ ବିଜନତା,

ନିର୍ଜନ ମୂଲକେ     ଏକାନ୍ତରେ ରହି 

       ହଜି ଯାଏ ତାର ଚେତା। 


ଚାରି ଆଡେ ଦେଖେ  ଶୂନ୍ୟତାର ଛବି 

      ଜୀବନର ମୂଲ୍ୟ ନାହିଁ, 

ପ୍ରକୃତିର ଶିରୀ     ଥିଲେ ମଧ୍ୟ ଭରି 

      ଭାବେ ବଞ୍ଚିବି କା' ପାଇଁ ?


ଐଶ୍ୱର୍ଯ୍ୟ ବିଭବ     ସାଥୀ ପରିବାର 

       ବିନା ସବୁ ନିରର୍ଥକ,

କା' ଲାଗି ସମ୍ପତ୍ତି    ଧନ ମାନ ଯଶ 

      ବସି କରେ ଖାଲି ଶୋକ। 


ମନ ହୁଏ ତାର    ପକ୍ଷୀଟିଏ ହୋଇ 

     ଯାଆନ୍ତା କି ବେଗେ ଉଡି,

ଦେଖି ପରିଜନ    ଓଠେ ହସ ଫୁଲ 

      ହୃଦ ପଠନ୍ତା ଉଛୁଳି। 


ବିଜନତା ପଣେ     ମଣି ଅସହାୟ 

     ନିଜକୁ କରେ ଧିକ୍କାର, 

ନିଜ ପରିବାର     ଭାଇ ବନ୍ଧୁ ଛାଡି 

    ଏ ସୃଷ୍ଟି ଲାଗେ ବେକାର। 


ସାମାଜିକ ପ୍ରାଣୀ     ସମାଜକୁ ଭୁଲି 

     ନିରବେ କି ରହି ପାରେ,

ଭାବ ବିନିମୟ   ନ କରି କା' ସାଥେ 

     ଶାନ୍ତି ପାଏ କି ସଂସାରେ ?

 

      

      

       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy