ବିଘ୍ନ ବିନାଶନ ପ୍ରଭୁ ଗଜାନନ
ବିଘ୍ନ ବିନାଶନ ପ୍ରଭୁ ଗଜାନନ
ବିଘ୍ନ ବିନାଶନ ପ୍ରଭୁ ଗଜାନନ
ନମୋ ବିଘ୍ନ ବିନାଶନ ଆହେ ପ୍ରଭୁ ଗଜାନନ
ନମୋ ମୂଷିକ ବାହନ ହେ ବିଦ୍ୟା ଦାତା
ନମୋ ପାର୍ବତୀ ନନ୍ଦନ ବିନାଶ ମୋର ଅଜ୍ଞାନ
କର ସଦ୍ ବୁଦ୍ଧି ପ୍ରଦାନ ହେ ବିଘ୍ନ ହର୍ତ୍ତା
ଅଗ୍ର ପୂଜ୍ୟ ହେ , ଏକ ଦନ୍ତ
ଲମ୍ବୋଦର ହେ , ହେରମ୍ୱ ହେ ବକ୍ରତୁଣ୍ଡ ।
ସୂର୍ପ କର୍ଣ୍ଣ ଖର୍ବ କାୟ , ନମୋ ବିଘ୍ନ ବିନାଶାୟ
ନମସ୍ତେ ହେ ବିନାୟକ , ହେ ବିଘ୍ନ ରାଜ
ଗଣlଧିପ ଗଣପତି , ବିନାଶ ଦୁଃଖ ବିପତ୍ତି
ଅବିଦ୍ୟା ତମ ଦୁର୍ଗତି ହେ ଅଗ୍ରପୂଜ୍ୟ ।
ସବୁ ଦେବତା ଙ୍କ ଆଗରେ
ପୂଜା ପାଉ ଅଛ ପ୍ରଭୁ ହେ ସବୁ ଠାରେ ।
ନମୋ ନମୋ ବିଘ୍ନ ରାଜ ସକଳ କାର୍ଯ୍ୟ ସହଜ
ସୁସରଳ ଓ ସୁସାଧ୍ୟ ତୁମ୍ଭ କୃପାରେ
ମୁଁ ଅତି ଅଜ୍ଞାନ ଜନ ନଜଣେ ତବ ଭଜନ
ସ୍ତବ କିଅବା ଜଣାଣ , ପୂଜେ ଶ୍ରଦ୍ଧାରେ
କର ବିଦ୍ୟା ବୁଦ୍ଧି ବର୍ଦ୍ଧନ
ନମଇ ତବ ପୟରେ ମୁଁ ଦୀନ ହୀନ ।
