STORYMIRROR

Premalata Giri

Tragedy

4  

Premalata Giri

Tragedy

ବିଦାୟ

ବିଦାୟ

1 min
225

 ସମାଗମ ଠାରୁ ବିଦାୟ ବେଳାରେ

 ସମୟ ଟିକିଏ ଚାହେଁ

ମନକୁ ଛିଣ୍ଡାଇ ଯୋଡୁଥିବାବେଳେ

 ଦୁଇ ଟୋପା ଲୁହ ବୁହେ। 


ଦୁନିଆ ବିଚିତ୍ର ଭଙ୍ଗାଗଢା ନିତି

  ଗଢୁଗଢୁ ଭାଙ୍ଗିଯାଏ

ପତ୍ରଝଡା ପରେ ନୂଆପତ୍ର ଆସେ

 ପୁରୁଣା ତ ଝଡିଯାଏ। 


ଯିବା ଆସିବାର ଦୋଛକି ଛକରେ

 କେତେ ଚିହ୍ନା ସ୍ମୁତି ଝୁରେ

 ପୁରୁଣା ବହିର ନୂଆ ଠିକଣାରେ

 ସପନ ବିଦାରୀ ହୁଏ। 


ପରିବର୍ତ୍ତନର ଧର୍ମ ନିୟମରେ 

 ନୂଆ ଚାହାଁଣୀର ରେଖା

ନୀରବ ଭାଷାରେ କେତେ ମାଦକତା

 ଅଳ୍ପ ହସର ଭାଷା। 


ଭରସା ବରଷା ବିଶ୍ୱାସ ଭିତରେ

 ଆଣେ କେତେ ନୂଆ ଆଶା

ନୂଆ ଜଣେ ଆଶେ ଆନନ୍ଦ ମନରେ

 ବିଦାୟୀ ପୁରୁଣା ନିଶା। 


 ଭାବଭାବନାର ବିଦାୟ ଶବ୍ଦରେ

 ଥାଏ ଅନେକ ଯାତନା

ମନ ଦେଇ ହୁଏ ନେଇ ହୁଏ ନାହିଁ

 ଏହି ହୁଦୟ ବେଦନା। 


ସମ୍ପର୍କ ଏମିତି ଫୁଲଫୁଟି ଝରେ

 କାଳର ରଜୁରେ ବନ୍ଧା

ସମୟ କାହାକୁ ଅପେକ୍ଷା କରେନା

  ଚାଲିବା ତାହାର ଧନ୍ଦା। 



Rate this content
Log in

Similar oriya poem from Tragedy