STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ବିଛେଦ ଯନ୍ତ୍ରଣା କଷ୍ଟକର

ବିଛେଦ ଯନ୍ତ୍ରଣା କଷ୍ଟକର

1 min
372


ପିତୃମାତୃ ସେବା କପାଳେ ଚନ୍ଦନ

  ସୁଯୋଗ ମିଳିଲା ନାହିଁ,

ଛାଡି ଚାଲି ଗଲେ ପ୍ରଭୁଙ୍କ ଚରଣେ

  ପୂଜିତ ପାରିଲି ନାହିଁ।


ଯୁବା ବୟସ ରେ ପଢୁଥିଲି ମୁହିଁ

  ନଥିଲାଟି ରୋଜଗାର,

ରୋଜଗାର ପାଇଁ ଚେଷ୍ଟା କରୁଥିଲି

  ଆସିଲା ଦୁଃଖ ସାଗର।


ଅତି କଷ୍ଟକରି ଶିକ୍ଷିତ କରିଲେ

  ମାତା ଚାଲି ଗଲେ ଆଗେ,

ପିତୃ ବିଛେଦଟି କିଛି ବର୍ଷ ପରେ

  ଅନ୍ଧାର ଅନ୍ଧାର ଲାଗେ।


ସବୁ ବେଳେ ଥିଲା ଚିନ୍ତାଟି ତାଙ୍କର

  ଭଲ ମନୁଷ୍ୟ ମୁଁ ହେବି,

ଗୃହ ଆବଶ୍ୟକ ପୂରଣ କରିବି

  ସମାଜେ ନାଆଁ ରଖିବି।


ଗୁରୁଜନ ପ୍ରତି ଆଦର ରଖିବି

  ରଖି ଥିବି ସମଭାବ,

ରାଷ୍ଟ୍ରର କାର୍ଯ୍ୟରେ ସମର୍ପଣ ଭାବ

  ପ୍ରଭୁ ପ୍ରତି ଭକ୍ତିଭାବ।


ସ୍ବାର୍ଥ ଭାବ କେବେ ନ ଆସୁ ଜୀବନେ

  ଦେଉ ଥିଲେ ଶିକ୍ଷା ମତେ,

ସତ୍ୟ ଧର୍ମ ପ୍ରତି ଆଦର ରଖିବି

  ଥିଲା ଗୁରୁ ମନ୍ତ୍ର ମତେ।


ସବୁତ ସମ୍ପୂର୍ଣ୍ଣ ନାହିଁ ଅର୍ଥ ଚିନ୍ତା

  ଚିନ୍ତା ମାତ୍ର ପିତୃମାତୃ,

ସେବି ପାରିଲିନି ଜୀବନ ଯାତ୍ରାରେ

  ଚାଲି ଗଲେ ପିତୃମାତୃ।

 

ବିଛେଦ ତାଙ୍କର ଯନ୍ତ୍ରଣା ଦେଉଛି

  ଭଲ ଲାଗୁ ନାହିଁ କିଛି,

କରି ପାରି ନାହିଁ ପିତୃମାତୃ ସେବା

  କହି ପାରୁ ନାହିଁ କିଛି।


ସବୁତ ରହିଛି ଗୃହ ପରିପୂର୍ଣ୍ଣ

  ପତ୍ନୀ ଓ ସନ୍ତାନେ ତହିଁ,

ମାତ୍ର ହିଁ ନାହାନ୍ତି ପିତୃମାତୃ ମୋର

  ଗୃହ ଶୁନ୍ୟ ଲାଗେ ଯହିଁ।

   

ପିତୃମାତୃ ପ୍ରତି ଥିଲା ଭକ୍ତି ମୋର

  ଥିଲାଟି ଆଦର ଭାବ,

ସର୍ବେସର୍ବା ଥିଲେ ଜୀବନ ଯାତ୍ରାରେ

  ଥିଲାନିତ୍ୟେ ଭକ୍ତିଭାବ।


ସୁଖର କାଳରେ ବିଛେଦ ତାଙ୍କର

  ମର୍ମାହତ ହେଲା ହୃଦ,

ପୂଜି ପାରିଲିନି ସେବି ପାରିଲିନି

  ଚିନ୍ତିତ କରୁଛି ହୃଦ।


ସାଇତି ଥିଲେଟି କେତେ ଅଭିଳାଷା

  ପୁତ୍ରର ପାଇଁ ହିଁ ଦୁହେଁ,

ବଡ଼ ହୋଇ ପୁତ୍ର ଅର୍ଜନ କରିବ

  ଇଚ୍ଛା ରଖିଥିଲେ ଦୁହେଁ।


ପୁଅର କର୍ତ୍ତବ୍ୟ କରି ପାରି ନାହିଁ

  ମନ ଦୁଃଖ ତାହା ପାଇଁ,

ତାଙ୍କ ଉପଦେଶ ହୃଦୟେ ଧରିଣ 

  କାର୍ଯ୍ୟକରେ ରାଷ୍ଟ୍ରପାଇଁ।


ସତ୍ୟପଥ କେବେ ଛାଡ଼ିନାହିଁ ମୁହିଁ

 ଛାଡ଼ି ନାହିଁ ଧର୍ମପଥ,

ଜନତା ସେବାରେ ତତ୍ପର ସର୍ବଦା

 ରଖି ଅଛି କର୍ମପଥ।


ଜଗନ୍ନାଥ ଭକ୍ତି ହୃଦୟେ ଧରିଛି

  ରଖିଅଛି ସମଭାବ,

କର୍ତ୍ତବ୍ୟ ପଥରୁ ଘୁଞ୍ଚି ନାହିଁ କେବେ

  ଗୃହରେ ଭି ସମଭାବ।


ଦେଇ ପାରି ନାହିଁ ପିତୃମାତୃ ସୁଖ

  ସେବି ପାରିନି ଚରଣ,

ମନବାଞ୍ଛା ତାଙ୍କ କରିନି ପୂରଣ

  ମୁହିଁ ଅପରାଧୀ ଜାଣ।।


Rate this content
Log in

Similar oriya poem from Tragedy