ବିଚ୍ଛେଦ ଗୀତ
ବିଚ୍ଛେଦ ଗୀତ
(କହ ହନୁମୋର କାନ୍ତର କୁଶଳ :- ବୃତ୍ତେ)
ତୁମ ବିଚ୍ଛେଦ ହୋଇବା ଦିନୁ ତନୁ ଦୁର୍ବଳ ହୋଇ ଯାଉଅଛି
ଆଖି ନିଦ ନାହିଁ ଦିବସ ଶର୍ବରୀ ତୁମ ମୁହଁ ଖାଲି ଦିଶୁଛି
ସହୀ ରେ,
ବିରହ ନିଆଁରେ ଜଳୁଛି
ଯିବା ବାସି ଠାରୁ କୋଇଲି ଗାଉନି ମଳୟ କି ଆଉ ବହୁଛି ?
ଫୁଲ ବଗିଚା ରେ ଫୁଲ ଫୁଟେ ନାହିଁ ଉଡୁ ନାହାନ୍ତି ପ୍ରଜାପତି
ପଞ୍ଜୁରୀ ଭିତରେ ତୁମ ପୋଷା ଶୁଆ ନଖାଇ ମଉନେ ବସିଛି
ସହୀ ରେ,
ଘର ନିଛାଟାଆ ଲାଗୁଛି
ମନ ବୁଝୁନାହିଁ ତୁମରି ବିରହେ ମରି ମରି ଏଠି ବଞ୍ଚିଛି ।।
ପୋଖରୀ ତୁଠ ର ସଅଳ ଗାଧୁଆ ସଜ ପଖଳା ତୋ କୁନ୍ତଳ
ନୀଳ କଇଁ ଫୁଲ ଗଭା ମନୋହର ମନକୁ କରଇ ଅଧୀର
ସାହୀ ରେ,
ସତେ କେତେ ତୁମେ ନିଷ୍ଠୁର
କେମିତି ରହିଛ ଏକା ତୁମପାଇଁ ମୋ ମନ ହୁଅଇ ବ୍ୟାକୁଳ ।।
ତୋ ଦେହ ମହକ ଚାରୁ ଚନ୍ଦ୍ର ମୁଖ ଝଲସି ଉଠେ ବାରମ୍ବାର
ଶେଷ ୟେ ଚିଟାଉ ତୋରେ ପ୍ରୀୟତମା ପ୍ରାଣ ଥାଉଥାଉ ମୋହର
ସହୀ ରେ,
ସତେ ଯେବେ ମୁଁ ତୋ ନିଜର
ଭାଙ୍ଗିଦେଇ ଦୁଃଖ ବିଚ୍ଛେଦ ବିରହ (ଆସ) ଗଢ଼ିବା ଗୋ ସୁନା ସଂସାର ।।