STORYMIRROR

Ajay kumar Behera

Tragedy

3  

Ajay kumar Behera

Tragedy

ବିଚ୍ଛେଦ-୫

ବିଚ୍ଛେଦ-୫

1 min
220


ସୁଖ ଦୁଃଖ ଭରା

ବିଶାଳ ଏଇ ସଂସାର

ମିଳନ ବିଚ୍ଛେଦ

ଅଂଶ ପରା ଏକା ତାର।୧।


ତୁମେ ଆସିଥିଲ

ବସନ୍ତେ ମହକ ନେଇ

ଗିରିଷମେ ଆଜି

ଜଳେ ମୁଁ ତପତ ହୋଇ।୨।


ଗାଉନି କୋଇଲି

ମିଠା ମିଠା ତାନେ ଆଜି

ହେଉନି ବରଷା

ଦୁଃଖେ ମୁଁ ଯାଇଛି ଭିଜି।୩।


ଯେତେ ବୁଝେଇଲେ

ଅବୁଝା ହୁଅଇ ମନ

ଯେତେ ଭୁଲିଲେ ବି

ରହେ ତୁମଠି ମୋ ଧ୍ୟାନ।୪।


ତୁମେ ମୋର ସୁଖ

ମୋ ଆଖିର ଜ୍ୟୋତି ପରା

ତୋବିନା ଜୀବନ

ଶୂନ୍ୟ ଆଜି ଦୁଃଖେ ଭରା।୫।



Rate this content
Log in

Similar oriya poem from Tragedy