ବିଚ୍ଛେଦ-୩
ବିଚ୍ଛେଦ-୩
କାହିଁ ମୁଁ ଲେଖିବି
କାହିଁ ମୁଁ ଭାବିବି
କାହିଁ ରହିବି ମୁଁ ଉଜାଗର
କେବେ ଥିଲ ପ୍ରିୟା
ତୁମେ ମୋ ନିଜର
ଆଜି ପରା ମୁହିଁ ଯାଯାବର।1।
ତୁମ ବିଚ୍ଛେଦରେ
ଲୁହ ଝରେ ମୋର
ପୋଛିବାକୁ କେହି ନାହିଁ
କ୍ଷୁଦ୍ର କୁଟୀରେ ମୋ
ଅନ୍ଧକାର ଖାଲି
ସବୁତ ତୁମରି ପାଇଁ।୨।
କହୁଥିଲ ଯେବେ
ମିଠା ମିଠା କଥା
ପାଣିରେ ପକେଇ ସର
ଭଲ ଲାଗୁଥିଲା
ବେଭାର ତୁମର
ତୁମେ ମୋର ଆପଣାର।୩।
ହଜି ଅଛି ଆଜି
ସୁଖର ସେଦିନ
ଖୋଜିଲେ ପାଇବି କାହିଁ
ତୁମ ପାଇଁ ସିନା
ସୁଖ ଭୋଗ ଆଜି
ମୋ ପାଇଁ କିଛି ବି ନାହିଁ।୪।
ମରି ଯିବି ପଛେ
ଦୁଃଖର ଜଂଜାଳେ
ଭୁଲିଯିବି ସବୁ କଥା
ଯାହା ପାଇଁ ଦିନେ
ଗର୍ବେ କହୁଥିଲା
କେତେ କଥା ମୋର ମଥା।୫।