STORYMIRROR

Ajay kumar Behera

Tragedy

3  

Ajay kumar Behera

Tragedy

ବିଚ୍ଛେଦ-୩

ବିଚ୍ଛେଦ-୩

1 min
209


କାହିଁ ମୁଁ ଲେଖିବି

କାହିଁ ମୁଁ ଭାବିବି

କାହିଁ ରହିବି ମୁଁ ଉଜାଗର

କେବେ ଥିଲ ପ୍ରିୟା

ତୁମେ ମୋ ନିଜର

ଆଜି ପରା ମୁହିଁ ଯାଯାବର।1।


ତୁମ ବିଚ୍ଛେଦରେ

ଲୁହ ଝରେ ମୋର

ପୋଛିବାକୁ କେହି ନାହିଁ

କ୍ଷୁଦ୍ର କୁଟୀରେ ମୋ

ଅନ୍ଧକାର ଖାଲି

ସବୁତ ତୁମରି ପାଇଁ।୨।


କହୁଥିଲ ଯେବେ

ମିଠା ମିଠା କଥା

ପାଣିରେ ପକେଇ ସର

ଭଲ ଲାଗୁଥିଲା

ବେଭାର ତୁମର

ତୁମେ ମୋର ଆପଣାର।୩।


ହଜି ଅଛି ଆଜି

ସୁଖର ସେଦିନ

ଖୋଜିଲେ ପାଇବି କାହିଁ

ତୁମ ପାଇଁ ସିନା

ସୁଖ ଭୋଗ ଆଜି

ମୋ ପାଇଁ କିଛି ବି ନାହିଁ।୪।


ମରି ଯିବି ପଛେ

ଦୁଃଖର ଜଂଜାଳେ

ଭୁଲିଯିବି ସବୁ କଥା

ଯାହା ପାଇଁ ଦିନେ

ଗର୍ବେ କହୁଥିଲା

କେତେ କଥା ମୋର ମଥା।୫।



Rate this content
Log in

Similar oriya poem from Tragedy